ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ମିଳିତ ରଣନୀତି

ନୂଆଦିଲ୍ଲୀ: ସଂସଦରେ ମୋଦୀ ସରକାରକୁ ଘେରିବା ପାଇଁ ବିରୋଧୀ ଦଳମାନେ ରଣନୀତି ତୟାର କରିବା ଆରମ୍ଭ କରିଦେଇଛନ୍ତି।  ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳ ନେତାମାନେ ଏକ ବୈଠକରେ ମିଳିତ ହୋଇ ଏ ବାବଦ ଆଲୋଚନା କରିଛନ୍ତି। ମୋଦୀଙ୍କ ଏକ ରାଷ୍ଟ୍ର-ଏକ ନିର୍ବାଚନ ଫର୍ମୁଲାଙ୍କୁ ବିରୋଧ କରିବା ପାଇଁ କଂଗ୍ରେସ ଏବଂ ଅନ୍ୟ ଦଳମାନେ ସଜବାଜ ହେଉଛନ୍ତି। ସୋନିଆ ଆଜି ୧୦ଟି ବିରୋଧୀ ଦଳର ନେତାଙ୍କୁ ଭେଟିଥିବା ବେଳେ ଆସନ୍ତାକାଲି ପୁଣି ଏକ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଲୋକସଭା ବାଚସ୍ପତି ଆନୁଷ୍ଠାନିକ ଭାବେ ନିର୍ବାଚିତ ହେବାକୁ ଥିବା ବେଳେ ଏହାକୁ କଂଗ୍ରେସ ବିରୋଧ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର