କଲମ୍ବୋ ସିରିୟଲ୍‌ ବିସ୍ଫୋରଣ ମୃତକଙ୍କ ଭିତରେ ଅଛନ୍ତି ୪ କର୍ଣ୍ଣାଟକ ଜେଡିଏସ୍‌ ଦଳର ନେତା

ବେଙ୍ଗାଲୁର: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ରବିବାର ହୋଇଥିବା ସିରିଏଲ୍‌ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ପାଖାପାଖି ୩୦୦ ଲୋକଙ୍କ ଭିତରେ କର୍ଣ୍ଣାଟକ ଜେଡିଏସ୍‌ ଦଳର ୪ ନେତା ବି ଅଛନ୍ତି ବୋଲି ଜାଣିବାକୁ ମିଳିଛି। ୪ ଜଣ ନେତାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି ବୋଲି ଜାଣିବାକୁ ମିଳିଛି। ୮ ଥର ହୋଇଥିବା ସିରିଜ୍‌ ବିସ୍ଫୋରଣରେ ଜୀବନ ହରାଇଥିବା ଜେଡିଏସ୍‌ ନେତାମାନେ ହେଉଛନ୍ତି ଲକ୍ଷ୍ମଣ ଗୌଡ଼ ରମେଶ, କେଏମ୍‌ ଲକ୍ଷ୍ମୀ ନାରାୟଣ, ଏମ୍‌ ରାମଗପ୍ପା ଓ କେଜି ହନୁମନଥରାୟପ୍ପା। ନିଖୋଜମାନେ ହେଉଛନ୍ତି ଏଚ୍‌ ଶିବ କୁମାର, ଏ ମାରେଗୌଡ଼ାଓ ଏଚ୍‌ ପୁଟ୍ଟାରାଜୁ। ମିଳିଥିବା ଆଉ ଏକ ମୃତ ଦେହକୁ ଚିହ୍ନଟ କରଯାଇ ପରନାହିଁ।

ଏହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏନେଇ କର୍ଣ୍ଣାଟକ ମୁଖ୍ୟ ସଚିବ ଶ୍ରୀଲଙ୍କାରେ ଥିବା ଭାରତୀୟ ଉପଆୟୋଗଙ୍କ ସହ ଯୋଗାଯୋଗ କରିଛନ୍ତି। ଆଶଙ୍କା କରାଯାଉଛି କି ମିଳିଥିବା ଅନ୍ୟ ମୃତ ଦେହଟି ମଧ୍ୟ ଜେଡିଏସ୍‌ ନେତାଙ୍କର।

ସମ୍ବନ୍ଧିତ ଖବର