ଜମି ଆମର, ମନ୍ଦିର ପାଇଁ ଦାନ କରିବୁ

ସୁପ୍ରିମ୍‌ କୋର୍ଟରେ ପକ୍ଷ ରଖିଲା ସିଆ ଓ୍ଵକଫ୍‌୍‌ ବୋର୍ଡ

ନୂଆଦିଲ୍ଲୀ:ବାବ୍ରି ମସ୍‌୍‌ଜିଦ୍‌-ରାମ ଜନ୍ମଭୂମି ବିବାଦକୁ ନେଇ ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଥିବା ବେଳେ ଏଥିରେ ସିଆ ଓ୍ଵକଫ୍‌ ବୋର୍ଡ ପକ୍ଷ ରଖିଛି। ବୋର୍ଡ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ କହିଥିଲେ ଯେ ଅଯୋଧ୍ୟାରେ ବିବାଦୀୟ ଜମିର ଯେଉଁ ଅଂଶ ମୁସ୍‌୍‌ଲମାନଙ୍କ ଭାଗରେ ରହିଛି ତାହାର ଅସଲ ଦାବିଦାର ସିଆ ଓ୍ଵକଫ ବୋର୍ଡ। ବାବ୍‌୍‌ରି ମସ୍‌ଜିଦର ନିର୍ମାତା ସିୟା ସଂପ୍ରଦାୟର ଥିବାରୁ ଏହି ସ୍ଥାନ ଉପରେ ଏହାର ଅଧିକାର ରହିଛି ଏବଂ ବୋର୍ଡ ଏହି ଜମି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଚାହୁଛି। ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ମୁସଲମାନଙ୍କୁ ଦିଆଯାଇଥିବା ଏକ ତୃତୀୟାଂଶ ଜମି ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁମାନଙ୍କୁ ଦିଆଯିବ ଏବଂ ସେଠାରେ ରାମ ମନ୍ଦିର ନିର୍ମାଣ ହେଲେ ଦେଶରେ ଭାଇଚାରା ବଜାୟ ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବରିଷ୍ଠ ଆଇନଜୀବୀ ଏସ୍‌.ଏନ୍‌୍‌ ସିଂହ କହିଛନ୍ତି ଯେ ଏହି ମହାନ ଦେଶର ଏକତା, ଅଖଣ୍ଡତା, ଶାନ୍ତି ଏବଂ ସଦ୍‌୍‌ଭାବ ପାଇଁ ସିଆ ଓ୍ଵକଫ୍‌ ବୋର୍ଡ ଅଯୋଧ୍ୟାର ବିବାଦୀୟ ଭୂମିର ମୁସଲମାନଙ୍କ ଅଂଶ ଦାନ କରିବ। ମନ୍ଦିର ନିର୍ମାଣରେ ଏହି ଜମି ବ୍ୟବହାର କରିବା ସପକ୍ଷରେ ବୋର୍ଡ ପୂର୍ବରୁ ମଧ୍ୟ ଦୃଢ଼ ମତ ରଖିଛି।

ସମ୍ବନ୍ଧିତ ଖବର