ନିଜର ଶେଷ କାର୍ଯ୍ୟ ଦିବସରେ ଜଷ୍ଟିସ୍‌ ଜେ.ଚେଲମେଶ୍ୱର ଭୁଲିଲେ ସମସ୍ତ ମନାନ୍ତର ଓ ମତାନ୍ତର; ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ସହ ଖଣ୍ଡପୀଠରେ ବସି କଲେ ୧୧ଟି ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଓ ସୁପ୍ରମ୍‌ କୋର୍ଟର ଅନ୍ୟତମ ସର୍ବ ବରିଷ୍ଠ ବିଚାରପତି ଜଷ୍ଟିସ୍‌୍‌ ଜେ ଚେଲମେଶ୍ୱରଙ୍କ ମଧ୍ୟରେ ଚାଲିଥିବା ବିବାଦ ଦେଶରେ ଆଉ କାହାରିକି ଅଛପା ନୁହେଁ। ତେବେ, ସୁପ୍ରିମ୍‌ କୋର୍ଟର ବିଚାରପତି ପଦରୁ ଅବସର ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ନିଜର ଶେଷ କାର୍ଯ୍ୟ ଦିବସରେ ଆଜି (ଶୁକ୍ରବାର) ଜଷ୍ଟିସ୍‌ ଜେ ଚେଲମେଶ୍ୱର ସୁପ୍ରିମ୍‌ କୋର୍ଟର ୧ନମ୍ବର କୋର୍ଟ ରୁମ୍‌ରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ସହ ଏକ ଖଣ୍ଡପୀଠରେ ଏକତ୍ର ବସି ୧୧ଟି ମାମମଲାର ଶୁଣାଣି କରିବା ଘଟଣାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଚାଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ ସୁପ୍ରିମ୍‌ କୋର୍ଟର ବିଚାରପତି ପଦରୁ ସର୍ବ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱରଙ୍କ ଆସନ୍ତା ଜୁନ୍‌ ୨୨ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ତେବେ, ଆସନ୍ତାକାଲି ଠାରୁ ସୁପ୍ରିମ୍‌କୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇ ଯାଉଥିବାରୁ ଆଜି ସୁପ୍ରିମ୍‌ କୋର୍ଟରେ ଜଷ୍ଟିସ୍‌ ଜେ ଚେଲମେଶ୍ୱରଙ୍କ ଆନୁଷ୍ଠାଠିକ ଭାବେ ଶେଷ କାର୍ଯ୍ୟ ଦିବସ। ତେବେ, ନିଜର ଶେଷ କାର୍ଯ୍ୟଦିବବସରେ ଜଷ୍ଟିସ୍‌୍‌ ଜେ ଚେଲମେଶ୍ୱର ତାଙ୍କର ପୂର୍ବର ବିବାଦ, ରାଗ, ରୋଷ, ଅସନ୍ତୋଷ, ମନାନ୍ତର ଓ ମତାନ୍ତରକୁ ଭୁଲି ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟ ରୁମ୍‌ରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଏକତ୍ର ବସି ୧୧ଟି ମାମଲାର ଶୁଣାଣି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ, ନିଜର ଶେଷ କାର୍ଯ୍ୟ ଦିବବସରେ ଜଷ୍ଟିସ୍‌୍‌ ଜେ ଚେଲମେଶ୍ୱର ନେଇଥିବା ଏହି ପଦକ୍ଷେପକୁ ସୁପ୍ରମ୍‌ କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ସମସ୍ତ ଆଇନ୍‌ଜୀବୀ ଖୋଲାଖୋଲି ପ୍ରଶଂସା କରବା ସହ ଜଷ୍ଟିସ୍‌ ଜେ ଚେଲମେଶ୍ୱରଙ୍କ ଏହି ପଦକ୍ଷେପ ଗଣତନ୍ତ୍ରକୁ ଦୀର୍ଘଜୀବୀ କରିବ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର