୧୫ ଦିନରେ ଅମରନାଥ ଯାତ୍ରାରେ ଅଂଶ ଗ୍ରହଣ କଲେ ୧ ଲକ୍ଷ ୯୩ ହଜାର ୫୪୫ ଜଣ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଇତି ମଧ୍ୟରେ ଅମରନାଥ ଯାତ୍ରାକୁ ୧୫ ଦିନ ହୋଇଛି । ଏହି ସମୟ ଭିତରେ ଏଥିରେ ପ୍ରାୟ ୧ ଲକ୍ଷ ୯୩ ହଜାର ୫୪୫ ଜଣ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିସାରିଥିବା କୁହାଯାଉଛି । ଶ୍ରୀ ଅମରନାଥଜୀ ସାଇନ ବୋର୍ଡ ପକ୍ଷରୁ ଚଳିତ ବର୍ଷ ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରାର ଷୋଡ଼ଶ ଦିବସରେ ଆଜି ୩୯୬୭ ଜଣ ଯାତ୍ରୀ ପାହାଡକୁ ଚଢ଼ିଥିବା ଜଣାଯାଇଛି।

ଦକ୍ଷିଣ କଶ୍ମୀରର ହିମାଳୟ ପାହାଡରେ ୩୮୮୦ ମିଟର ଉଚ୍ଚସ୍ଥାନରେ ବରଫ ଶିବ ଲିଙ୍ଗକୁ ଶ୍ରଦ୍ଧାଳୁମାନେ ୪୫ ଦିନ ଯାଏଁ ଦର୍ଶନ କରିବେ । କେନ୍ଦ୍ର ସରକାର ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା ଲାଗି ସିଆରପିଏଫର ୪୦,୦୦୦ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିଛି । ଜମ୍ମୁଠାରୁ ଗୁମ୍ଫା ଯାଏଁ ପାଖାପାଖି ୬୦ ହଜାର ସୁରକ୍ଷାବଳ ମୁତୟନ ରହିଛନ୍ତି ।

photo-oneindia

ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ୩୬ କିଲୋମିଟର ଦୀର୍ଘ ପାରଂପରିକ ପହଲଗାଓଁ ମାର୍ଗ ଓ ଗାନ୍ଦେରବଲ ଜିଲ୍ଲାର ୧୪ କିଲୋମିଟର ଦୀର୍ଘ ବାଲଟାଲ ମାର୍ଗରେ ହେଉଛି ।

ସମ୍ବନ୍ଧିତ ଖବର