ଉତ୍ତର ପ୍ରଦେଶରେ ଦୂଷିତ ପାଣି ପିଇ ୫୦ରୁ ଅଧିକ ଶିଶୁଙ୍କ ସମେତ ୧୦୦ ଲୋକ ଅସୁସ୍ଥ

ମଥୁରା: ଉତ୍ତର ପ୍ରଦେଶର ମଥୁରାସ୍ଥିତ ଗୋବର୍ଦ୍ଧନର ଗ୍ରାମ ଆନ୍ୟୋରରେ ଦୂଷିତ ପାଣି ପିଇ ୫୦ରୁ ଅଧିକ ଶିଶୁଙ୍କ ସମେତ ୧୦୦ ଲୋକ ଅସୁସ୍ଥ ହୋଇପଡ଼ିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଦୂଷିତ ପାଣି ପିଇ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ସଂପର୍କରେ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ପହଂଚି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଅବଗତ ହୋଇଛନ୍ତି ।
ଗୋବର୍ଦ୍ଧନ ଅଂଚଳରେ ଆନ୍ୟୋରରେ ଲୋକେ ଅଚାନକ ବାନ୍ତିର ଶିକାର ହୋଇଥିଲେ । ଧୀରେ ଧୀରେ ରୋଗୀଙ୍କର ସଂଖ୍ୟା ୧୦୦କୁ ଛୁଇଁଥିଲା । ଲୋକେ ରୋଗରେ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ଏହା ପରେ ଡାକ୍ତରୀ ଟିମ ସଂପୃକ୍ତ ଗ୍ରାମକୁ ପହଂଚି ଲୋକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ଡାକ୍ତରୀ ଟିମରେ ସାମିଲ ଡାକ୍ତର ଏମ ଅଲି କହିଛନ୍ତି, ଡିହାଇଡ୍ରୋଜେଶନ ଯୋଗୁଁ ଲୋକେ ଅସୁସ୍ଥ ହୋଇ ଥାଇ ପାରନ୍ତି । ମାତ୍ର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।

photo–ndtv

ଗ୍ରାମର ରଘୁନାଥ ସିଂହ କହିଛନ୍ତି ଯେ ତାଙ୍କର ନାତୁଣୀ ଅସୁସ୍ଥ ଅଛି । ଔଷଧ ସେବନ ପରେ ଏବେ ତା’ର ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି । ସେ କହିଛନ୍ତି ଯେ ଗତ ୩ ଦିନ ହେବ ଲୋକେ ରୋଗର ସମ୍ମୁଖୀନ ହୋଇଛନ୍ତି ।

ସମ୍ବନ୍ଧିତ ଖବର