୨୦୧୭-୧୯ମଧ୍ୟରେ ଚଳନ୍ତା ଟ୍ରେନରେ ୨୯ଟି ଏବଂ ରେଳବାଇ ପରିସରରେ ୧୩୬ଟି ଦୁଷ୍କର୍ମ ହୋଇଛି: ଆରଟିଆଇ ତଥ୍ୟ

ନୂଆଦିଲ୍ଲୀ:  ୨୦୧୭ ରୁ ୨୦୧୯ ମଧ୍ୟରେ ରେଳବାଇ ପରିସର ଏବଂ ଚଳନ୍ତା ଟ୍ରେନରେ ୧୬୦ ରୁ ଅଧିକ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ୫୧ଟି, ୨୦୧୮ରେ ୭୦ଟି ଏବଂ ୨୦୧୯ରେ ୪୪ଟି ଦୁଷ୍କର୍ମ ରେଳବାଇ ପରିସରରେ ଘଟିଛି।

ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌର ୨୦୧୭-୧୯ ମଧ୍ୟରେ ହୋଇଥିବା ଦୁଷ୍କର୍ମର ସବିଶେଷ ରିପୋର୍ଟ ଜାଣିବା ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ। ଅ‌ାବେଦନ ପତ୍ର ପାଇ ଏବେ ରେଳ ମନ୍ତ୍ରାଳୟ ପକ୍ଷରୁ ଚନ୍ଦ୍ରଶେଖରଙ୍କୁ ସଂପୂର୍ଣ୍ଣ ରିପୋର୍ଟ ଦିଆଯାଇଛି। ହସ୍ତଗତ ହୋଇଥିବା ରିପୋର୍ଟରେ, ୨୦୧୯ରେ ୪୪ଟି ଦୁଷ୍କର୍ମ ହୋଇଥିବା ବେଳେ ସେ ମଧ୍ୟରୁ ୩୬ଟି ରେଳବାଇ ପରିସରରେ ଏବଂ ୮ଟି ଚଳନ୍ତା ଟ୍ରେନରେ ହୋଇଥିଲା। ୨୦୧୮ରେ ସର୍ବମୋଟ ୭୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ୫୯ଟି ‌ରେଳବାଇ ପରିସରରେ ଏବଂ ୧୧ଟି ଚଳନ୍ତା ଟ୍ରେନ‌ରେ ହୋଇଥିଲା।

ndtv.com

୨୦୧୭ରେ ୫୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ସେ ମଧ୍ୟରୁ ୪୧ଟି ରେଳବାଇ ପରିସରରେ ଏବଂ ୧୦ଟି ଚଳନ୍ତା ଟ୍ରେନରେ ହୋଇଥିବା ରିପୋର୍ଟରୁ ଜଣା ପଡ଼ିଛି। ଦୁଷ୍କର୍ମ ବ୍ୟତୀତ ଏହି ତିନିବର୍ଷ ମଧ୍ୟରେ ୭୭୧ଟି ମହିଳାଙ୍କୁ ଅପହରଣ, ୪,୭୧୮ଟି ମହିଳା ଡ଼କାୟତିର ଶିକାର ହେବା ସହ ୨୧୩ଟି ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଏହି ରିପୋର୍ଟରୁ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର