୨୦୦୦ରୁ ଊର୍ଦ୍ଧ୍ୱ ଭ୍ରୂଣ ମିଳିଲା ଗର୍ଭପାତ କରାଉଥିବା ଡାକ୍ତରଙ୍କ ଘରୁ

ଜଲିଏଟ୍‌ (ଯୁକ୍ତରାଷ୍ଟ୍ର ଆମେରିକା): ଗତ ସପ୍ତାହରେ ମୃତ୍ୟୁ ହୋଇଯାଇଥିବା ଜଣେ ପୂର୍ବତନ ଗର୍ଭପାତ କ୍ଲିନିକ୍‌ର ଡାକ୍ତରଙ୍କର ଇଲିନଇସ୍‌ ଘରୁ ଡାକ୍ତରୀ ଭାବେ ସଂରକ୍ଷିତ ୨୦୦୦ରୁ ଅଧିକ ଭ୍ରୂଣାବଶେଷ ମିଳିଛି।

ସେରିଫ୍‌ ଅଫିସ୍‌ କହିଛି ଯେ ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ ଡାକ୍ତର ଅଲ୍‌ରିଚ୍‌ କ୍ଲୋପ୍‌ଫର୍‌ଙ୍କ ଘରୁ ୨, ୨୪୬ଟି ସଂରକ୍ଷିତ ଭ୍ରୂଣାବଶେଷ ପାଇଛନ୍ତି, କିନ୍ତୁ ଘରେ କୌଣସି ଡାକ୍ତରୀ ପ୍ରକ୍ରିୟା କରାଯାଉଥିବା ପ୍ରମାଣ ମିଳିନାହିଁ।

କରୋନର୍‌ ଅଫିସ୍‌ ସେ ଭ୍ରୂଣଗୁଡ଼ିକ ଜବତ କରିଛି ତଦନ୍ତ ଆରମ୍ଭ କରିଛି।

Image Source: CNN

ସେପ୍ଟେମ୍ବର ୫ ତାରିଖରେ ମୃତ୍ୟୁ ବରଣ କରିଥିବା କ୍ଲୋପ୍‌ଫର୍‌ ଇଣ୍ଡିଆନାସ୍ଥିତ ସାଉଥ୍‌ ବେଣ୍ଡ୍‌ସ୍ଥିତ ଗର୍ଭପାତ କ୍ଲିନିକ୍‌ରେ ଦୀର୍ଘ ଦିନ ଧରି ଡାକ୍ତର ଥିଲେ। ୨୦୧୫ରେ ସରକାର କ୍ଲିନିକ୍‌ର ଲାଇସେନ୍‌ସ୍‌ ରଦ୍ଦ କରିବା ପରେ ତାହା ବନ୍ଦ ହୋଇ ଯାଇଥିଲା।

ବିଶ୍ୱାସ କରାଯାଏ କ୍ଲୋପ୍‌ଫର୍‌ ଇଣ୍ଡିଆନାରେ ସବୁଠୁ ଅଧିକ ଗର୍ଭପାତ କରାଇଥିବା ଡାକ୍ତର। ସେ ଦୀର୍ଘ ୪୩ ବର୍ଷ ଧରି ଗର୍ଭପାତ କରାଇଥିଲେ।

ଶୁକ୍ରବାର ରାତିରେ ‘ଇଣ୍ଡିଆନା ରାଇଟ୍‌ ଟୁ ଲାଇଫ୍‌’ର ଅଧ୍ୟକ୍ଷ ମାଇକ୍‌ ଫିଚର୍‌ କହିଛନ୍ତି, କ୍ଲୋପଫର୍‌ଙ୍କ ଘରୁ ଭ୍ରୂଣାବଶେଷ ମିଳିବା ଘଟଣାରେ ଆମେ ଆତଙ୍କିତ।

ଏହି ଗର୍ଭପାତ ଅସ୍ତ୍ରୋପଚାର ସବୁର ଇଣ୍ଡିଆନା ସହ ସମ୍ପୃକ୍ତି ଅଛି କି, ନାହିଁ ତାହା ସ୍ପଷ୍ଟ କରିବାକୁ ସେ ଇଣ୍ଡିଆନା କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର