୨୦୦କୋଟି ଟଙ୍କାର ବିବାହରୁ ବାହାରିଥିବା ଅଳିଆକୁ ସଫା କରିବା ପାଇଁ ଖର୍ଚ୍ଚ ହେଲାଣି ୮ଲକ୍ଷ ଟଙ୍କା, ବାହାରିଲାଣି ୩୨୧କ୍ୱିଣ୍ଟାଲ ଅଳିଆ..

ଚମୋଲି : କିଛି ଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ଓଲିରେ ଏକ ୨୦୦କୋଟିର ବିବାହ ଅନୁଷ୍ଠିତ ହୋଇଥିଲା । ସାଉଥ ଆଫ୍ରିକାରେ ରହୁଥିବା ଗୁପ୍ତା ପରିବାର ଏଠାକୁ ଆସି ବିବାହର କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ୨୦୦କୋଟିର ବିବାହ ପୂର୍ବରୁ ଯେତିକି ଚର୍ଚ୍ଚାରେ ରହିଥିଲା, ପରେ ମଧ୍ୟ ସେତିକି ଚର୍ଚ୍ଚାରେ ରହିଛି । କିନ୍ତୁ କୌଣସି ଭଲ କାରଣ ପାଇଁ ନୁହେଁ । ବିବାହ ପରେ ସେଠାରୁ ୩୨୧କ୍ୱିଣ୍ଟାଲ ବର୍ଜ୍ୟବସ୍ତୁ (ଅଳିଆ) ବାହାରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜୋଶିମଠ ନଗରପାଳିକା ଦ୍ୱାରା ଏହି ସ୍ଥାନଟିକୁ ସଫା କରାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଏହି କାମରେ ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି ।

indiatimes.com

ଜୋଶିମଠ ନଗରପାଳିକାର କାର୍ଯ୍ୟକାରୀ ଅଧିକାରୀ ଏସ୍‌ପି ନୌତିଆଲଙ୍କ କହିବା ଅନୁଯାୟୀ, ପାଖା ପାଖି .ସବୁ ବର୍ଜ୍ୟବସ୍ତୁ ସେଠାରୁ ଉଠା ଯାଇ ସାରିଥିବା ବେଳେ ସେ କାମ ପାଇଁ ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବିବାହ ପରେ ସେଠାରୁ ୩୨୧କ୍ୱିଣ୍ଟାଲର ବର୍ଜ୍ୟବସ୍ତୁ ଉଠା ଯାଇଛି । ବିବାହ ପରେ ଗୁପ୍ତା ପରିବାର ବର୍ଜ୍ୟବସ୍ତୁକୁ ସେଭଳି ଫିଙ୍ଗି ଚାଲି ଯାଇଥିବାରୁ ତାଙ୍କ ଉପରେ ୨.୫ଲକ୍ଷ ଟଙ୍କାର ଜରିମାନା ଲଗା ଯାଇଛି । ଏହା ସହ ବର୍ଜ୍ୟବସ୍ତୁ ଉଠାଇଥିବାରୁ ନଗରପାଳିକାକୁ ଗୁପ୍ତା ପରିବାର ୫.୫୪ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି ଏସ୍‌ପି ନୌତିଆଲ ।

ସମ୍ବନ୍ଧିତ ଖବର