ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ୍‌ସୋ ସମୟରେ ୫୦ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌ ଚୋରି

ନୂଆଦିଲ୍ଲୀ: ସୋମବାର ଦିନ ଲକ୍ଷ୍ନୌ ଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଶାଳ ରୋଡ୍‌ସୋରେ ଚୋରମାନେ ଲୋକମାନଙ୍କ ଠାରୁ ପ୍ରାୟ ୫୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ଚୋରାଇ ନେଇଛନ୍ତି।

ମୋବାଇଲ୍‌ ଚୋରି କରୁଥିବା ଜଣେ ଲୋକକୁ ଧରି କଂଗ୍ରେସ କର୍ମୀମାନେ ପୁଲିସରେ ଦେଇଥିଲେ। କିନ୍ତୁ ତାଙ୍କ ପାଖରୁ ଗୋଟିଏ ହେଲେ ବି ଫୋନ୍‌ ନ ଥିବାରୁ ପୁଲିସ ସେ ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲା।

ମେଗା ରାଲିରୁ ୫୦ ଜଣ ଲୋକଙ୍କର ମୋବାଇଲ୍‌ ଫୋନ୍‌ ଏବଂ ପର୍ସ ଚୋରି ହୋଇ ଯାଇଥିବା କଥା ଜଣେ କଂଗ୍ରେସ କର୍ମୀ ପୁଲିସକୁ କହିଛନ୍ତି। ଏ ସଂକ୍ରାନ୍ତରେ ଉତ୍ତର ପ୍ରଦେଶର ସରୋଜିନୀ ନଗର ଥାନାରେ ବିଦ୍ଧିବଧ ଅଭିଯୋଗ ଦାଏର କରାଯାଇଛି।

ରାଜ୍ୟର ଆସିଷ୍ଟାଣ୍ଟ୍‌ ସିଟି ମାଜିଷ୍ଟ୍ରେଟ୍‌ ଓ କଂଗ୍ରେସ ମୁଖପାତ୍ର ଜୀଶାନ ହାଇଦର୍‌ଙ୍କ ସେଲ୍‌ଫୋନ୍‌ ସମେତ ଦଳୀୟ ନେତାମାନଙ୍କର ସେଲ୍‌ଫୋନ୍‌ ମଧ୍ୟ ଚୋରି ହୋଇଯାଇଛି।

ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା କଥା ଜଣେ ସାଇବର୍‌ ସେଲ୍‌ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର