ବଣ ଭୋଜିରୁ ଫେରୁଥିବା ସମୟରେ ତିନିଟି ବସ୍‌ ମୁହାଁମୁହିଁ ଧକ୍କା: ୫୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଆହତ

ବିଶାଖାପାଟଣା: ବିଶାଖାପାଟଣାରେ ବଣଭୋଜି ସାରି ଫେରୁଥିବା ସମୟରେ ତିନିଟି ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ରେ ବସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦୁର୍ଘଟଣା ବିଶାଖାପାଟଣା ନ୍ୟୁ ପୋର୍ଟ ପୁଲିସ ଥାନା ଅନ୍ତର୍ଗତ ୟାରାଡାରେ ଘଟିଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅନକାପଲ୍ଲିର ଏକ ଘରୋଇ ବିଦ୍ୟାଳୟର ଦଶମ  ଓ ଇଣ୍ଟରମିଡିୟଟ ଶ୍ରେଣୀର  ପାଖାପାଖି ୧୨୦ଜଣ ଛାତ୍ରଛାତ୍ରୀଙ୍କ ସହିତ ବିଶ୍ୱବିଦ୍ୟାଳୟ କର୍ମଚାରୀ ମିଶି ୟାରାଡା ବିଚ୍‌କୁ ବଣଭୋଜି ପାଇଁ ଯାଇଥିଲେ। ବଣଭୋଜି ସାରି ଫେରୁଥିବା ସମୟରେ ଛାତ୍ରଛାତ୍ରୀଙ୍କ ବସିଥିବା ବସ୍‌ ମଧ୍ୟରୁ ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ବସ୍‌ଟି ହିଲ୍‌ ରୋଡରେ ଯାଇ ପିଟି ହେଇଥିଲା, ଏହି ବସ୍‌ ପଛକୁ ଆସୁଥିବା ଅନ୍ୟ ଦୁଇଟି ବସ୍‌ ମଧ୍ୟ ସେହିସ୍ଥାନରେ ପିଟି ହୋଇଥିଲା, ଫଳରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣ ଛାତ୍ରଙ୍କୁ କିଙ୍ଗ ଜର୍ଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତଙ୍କ ଚିକିତ୍ସା ଗାଜୁବାକାରେ କରାଯାଉଛି।

ନ୍ୟୁ ପୋର୍ଟ ପୁଲିସ ଥାନାର ନିରୀକ୍ଷକ ଜି ସୋମାସେଖରା ରାବଙ୍କ କହିବାନୁସାରେ, ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟଲୋକ ଆହତ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିଥିଲେ। ତେବେ ଦୁର୍ଘଟଣାଟି ବସ୍‌ର ବ୍ରେକ୍‌ ଫେଲ ହେବରୁ ଘଟିଛି ନା ଅନ୍ୟ କୌଣସି କାରଣ ପାଇଁ ଘଟିଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର