ଦିଲ୍ଲୀରେ କୁହୁଡ଼ି ଯୋଗୁଁ ୯୦ ବିମାନ ଚଳାଚଳରେ ବ୍ୟାଘାତ

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା ୫୦ ମିଟର୍‌ରୁ ତଳକୁ ଖସି ଆସିଥିବାରୁ ରବିବାର ଦିନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ୯୦ଟି ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଆଜିର କୁହୁଡ଼ି ଥିଲା ଏବର୍ଷର ସବୁଠୁ ଘନ କୁହୁଡ଼ି।
ରବିବାର ସକାଳେ କୁହୁଡ଼ିଆ ପରିସ୍ଥିତି ଯୋଗୁଁ ଦିଲ୍ଲୀରେ ୧୫ଟି ଟ୍ରେନ୍‌ ବାତିଲ କରାଯାଇଛି।

ଏୟାରପୋର୍ଟ େଓ୍ଵବ୍‌ସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ୫୪ଟି ଘରୋଇ ବିମାନ ଚଳାଚଳରେ ବିଳମ୍ବ ହୋଇଥିବା ବେଳ ୧୭ଟି ବିମାନକୁ ଅନ୍ୟ ବିମାନ ବନ୍ଦରକୁ ପଠାଇ ଦିଆଯାଇଛି। ଏଗାରଟି ଆନ୍ତର୍ଜାତିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା ଏବଂ ଆଠୋଟି ବିମାନକୁ ଅନ୍ୟ ଆଡ଼କୁ ପଠାଇ ଦିଆଯାଇଥିଲା।

ଏ ପର୍ଯ୍ୟନ୍ତ ୪ଟି ବିମାନର ଉଡ଼ାଣ ବାତିଲ କରାଯାଇଛି। ସେଥିରେ ତିନୋଟି ଘରୋଇ ଏବଂ ଗୋଟିଏ ଆନ୍ତର୍ଜାତିକ ବିମାନ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର