ଅର୍ଥନୈତିକ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ବିଗତ ୫ ବର୍ଷ ମଧ୍ୟରେ ୯୯ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଆଗତ ହୋଇଛି

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାରର ଅର୍ଥନୈତିକ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ବିଗତ ୫ ବର୍ଷ ମଧ୍ୟରେ ୯୯ରୁ ଉର୍ଦ୍ଧ୍ୱ ରାଜନେତା (ଉଭୟ ସାଂସଦ ଓ ବିଧାୟକ)ଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଚଳାଇଛନ୍ତି। ଏକାଧିକ ଅର୍ଥନୈତିକ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୨ ଜଣ ବର୍ତ୍ତମାନର ସାଂସଦଙ୍କ ସମେତ ୯ ଜଣ ପୂର୍ବତନ ସାଂସଦ ଏବଂ ବର୍ତ୍ତମାନ ବିଧାୟକ ଥିବା ୫ ଜଣ ବିଧାୟକଙ୍କ ସମେତ ୨ ଜଣ ପୂର୍ବତନ ବିଧାୟକଙ୍କ ବିରୋଧରେ ମାମଲା ଆଗତ କରିବା ସହ ତଦନ୍ତ ଚାଲୁ ରଖିଛନ୍ତି।

Loksabha Tv

ଏତଦ୍‌ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୮୨ ଜଣ ରାଜନେତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅର୍ଥନୈତିକ ଅପରାଧରେ ସଂପୃକ୍ତି ଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ଆଗତ କରିବା ସହ ତଦନ୍ତ ଚାଲୁ ରଖିଛନ୍ତି। ଏହି ତଥ୍ୟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର।

ସମ୍ବନ୍ଧିତ ଖବର