ତେଲେଙ୍ଗାନାରେ ପେଚାର ଚାହିଦା

ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇବା ପାଇଁ ନୂଆ ଉପାୟ ତନ୍ତ୍ର ପାଇଁ ପେଚା କିଣାଯାଉଛି

ବେଙ୍ଗାଲୁରୁ: ତେଲେଙ୍ଗାନାରେ ଆସନ୍ତା ୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ କର୍ଣ୍ଣାଟକରୁ ପେଚା ଗାଏବ ହେଉଥିବା ଖବର ମିଳିଛି। ବିପକ୍ଷ ପ୍ରାର୍ଥୀଙ୍କୁ ହରାଇବା ପାଇଁ ତେଲେଙ୍ଗାନାର ନେତାମାନେ ପେଚା ବ୍ୟବହାର କରୁଥିବା ଜଣାପଡ଼ିଛି। କର୍ଣ୍ଣାଟକ ପୁଲିସ ୬ ଜଣ ଚୋରଙ୍କୁ ଗିରଫ କରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଜେରା ବେଳେ ଏମାନେ ଦର୍ଶାଇଛନ୍ତି ଯେ ତେଲେଙ୍ଗାନାର କିଛି ନେତାଙ୍କ ମଧ୍ୟରେ ପେଚା ଚାହିଦା ବଢ଼ିଥିବାରୁ ସେମାନେ ମୋଟା ଅଙ୍କର ରୋଜଗାର ପାଇଁ କର୍ଣ୍ଣାଟକରୁ ପେଚା ଚୋରାଇଥିଲେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜେରା ବେଳେ ସେମାନେ କହିଛନ୍ତି ଯେ ତେଲେଙ୍ଗାନାରେ ପେଚା ଚାହିଦା ବଢ଼ିଥିବାରୁ ସେମାନେ ପେଚା ପିଛା ୩ରୁ ୪ ଲକ୍ଷ ଟଙ୍କା ଆୟ କରିବା ପାଇଁ ଯୋଜନା କରିଥିଲେ। ତନ୍ତ୍ର ସାଧନା ପାଇଁ ପେଚାକୁ ବ୍ୟବହାର କରାଯାଉଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର