ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ପକ୍ଷରୁ ଜେରା ଶେଷ ହୋଇଥିବାର ସୂଚନା ମିଳିଛି। ଏହାପରେ ତାଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଜଣାଯାଇଛି। ଚିଦମ୍ବରମଙ୍କୁ ଗତକାଲି ରାତିରେ ସିବିଆଇ ଗିରଫ କରିଥିଲା। ରାତିସାରା ଜେରା ପରେ କାଲି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବି ସିବିଆଇ ପକ୍ଷରୁ ଗତକାଲି କୁହାଯାଇଥିଲା।
ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସିବିଆଇ ଚିଦମ୍ବରମଙ୍କୁ ଖୋଜୁଥିଲା। ତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲେ। ଦେଶର ସମସ୍ତ ବିମାନ ବନ୍ଦର ଏବଂ ଇମିଗ୍ରେସନ କାଉଣ୍ଟରକୁ ଚିଦମ୍ବରମଙ୍କ ସଂପର୍କରେ ଆଲର୍ଟ କରିଦିଆଯାଇଥିଲା। ଚିଦମ୍ବରମଙ୍କୁ ଆଜି ସୁପ୍ରିମ୍ କୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନଥିଲା। ତାଙ୍କର ଆଗୁଆ ଜାମିନ ଆବେଦନକୁ ଜରୁରୀ ଶୁଣାଣି ପାଇଁ କୋର୍ଟ ଗ୍ରହଣ କରିନଥିବା ବେଳେ ଏ ବାବଦରେ ଆସନ୍ତା ଶୁକ୍ରବାର ୨୩ ତାରିଖ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
photo-khaskhabarଗତ ୨୦ତାରିଖ ଅପରାହ୍ନରୁ ନିଖୋଜ ହୋଇଯାଇଥିବା ଚିଦମ୍ବରମଙ୍କୁ ଗିରଫ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଗତକାଲି ରାତି ପର୍ଯ୍ୟନ୍ତ ପ୍ରୟାସ କରିଥିବା ବେଳେ ଚିଦମ୍ବରମ ଅଚାନକ କଂଗ୍ରେସ କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/p-chidambaram-indiatoday-pg-1.png)