କଙ୍ଗନାଙ୍କ ଉପରେ ବର୍ଷିଲେ ପହଲାଜ : ସୁଯୋଗ ଦେବାକୁ ନେହୁରା ହେଉଥିଲେ

ମୁମ୍ବାଇ : ଫିଲ୍ମ ନିର୍ମାତା ପହଲାଜ ନିହଲାନି ଆଜି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଉପରେ ବର୍ଷିଛନ୍ତି। କଂଗନା ତାଙ୍କର ଦୁର୍ଦ୍ଦିନ ସମୟକୁ ଭୁଲିଯିବା ଉଚିତ ନୁହେଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ବାରମ୍ବାର ଧକ୍କା ଖାଇବା ପରେ କଙ୍ଗନା ମୋ ପାଖକୁ ଆସି ଫିଲ୍ମରେ ସୁଯୋଗ ଦେବାକୁ ନେହୁରା ହେଉଥିଲେ ବୋଲି କହିଛନ୍ତି ପହଲାଜ। ସୂଚନାଯୋଗ୍ୟ ନିକଟରେ ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯେ ଫିଲ୍ମ ନିର୍ମାତା ପହଲାଜ ‘ଆଇ ଲଭ୍‌ ୟୁ ବସ୍‌’ର ଫଟୋ ସୁଟ୍‌ ବେଳେ ବିନା କୌଣସି ଅନ୍ତର୍ବାସରେ କେବଳ ରୋବ୍‌ ପିନ୍ଧି ଆସିବାକୁ କହିଥିଲେ । ଫିଲ୍ମରେ ତାଙ୍କର ଭୂମିକା ବସ୍‌କୁ ପଟାଉଥିବା ଜଣେ କମ୍‌ ବୟସର ଯୁବତୀର ଥିଲା ଏବଂ ଏଭଳି ଭୂମିକାକୁ ସେ ପସନ୍ଦ କରୁନଥିଲେ ଏବଂ ଫିଲ୍ମକୁ ଅଧାରୁ ଛାଡ଼ି ଦେଇଥିଲେ। କଙ୍ଗନାଙ୍କ ଏଭଳି ବୟାନକୁ ନେଇ ପହଲାଜ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର