୩ଦିନ ହେଲା କାନରେ ହେଉଥିବା ଯନ୍ତ୍ରଣାକୁ ମାମୁଲି ବୋଲି ଭାବୁଥିଲେ ଯୁବକ, ଡ଼ାକ୍ତରଖାନାରେ ପହଞ୍ଚିବା ପରେ କାନରୁ ବାହାରିଲା ଝିଟିପିଟି !

ନୂଆଦିଲ୍ଲୀ : ଚୀନ୍‌ର ଗୁଆଁଗଜୋ ସହରରେ ଏକ ଅଜବ ଘଟଣା ଘଟିଛି । ଜଣେ ଯୁବକ ଶୋଇ ସାରି ଉଠିବା ପରେ ତାଙ୍କ କାନରେ ଭୟଙ୍କର ଯନ୍ତ୍ରଣା ହୋଇଥିଲା । ପ୍ରଥମେ ସେ ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଧିକ ଥଣ୍ଡା ହେଉଥିବା ହେତୁ ଏପରି ହେଉଛି ବୋଲି ଭାବିଥିଲେ । କିନ୍ତୁ ୩ ଦିନ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ଯୁବକ ଡ଼ାକ୍ତରଖାନାରେ ଯାଇ ପହଞ୍ଚିଥିଲେ । କାନ ଭିତରେ ପିମ୍ପୁଡ଼ି ପଶି ଏଭଳି ଯନ୍ତ୍ରଣା ହେଉଥିବା କଥା ଡ଼ାକ୍ତର ପ୍ରଥମେ ଭାବିଥିବା ବେଳେ ଯାଞ୍ଚ ପରେ କାନ ଭିତରେ ଥିବା ଜୀବକୁ ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାନର ପରୀକ୍ଷା ହେବା ପରେ ଭିତରେ ଛୋଟ ଝିଟିପିଟି ଥିବା ଦେଖି ଡ଼ାକ୍ତରଙ୍କ ସମେତ ଯୁବକଙ୍କ ହୋସ ଉଡ଼ି ଯାଇଥିଲା ।

PestWiki

ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଝିଟିପିଟି କାନ ଭିତରେ ପଶି ଯାଇଥିଲେ ମଧ୍ୟ ବୁଲି କରି ବାହାରକୁ ବାହାରି ପାରି ନଥିଲା । ଫଳରେ ଯୁବକଙ୍କ କାନରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କାନରୁ ଝିଟିପିଟିକୁ ବାହାର କରିବା ପାଇଁ ଡ଼ାକ୍ତର ଅସ୍ତ୍ରୋପଚାର କରିଥିଲେ,ଯାହା ବହୁତ କଠିନ ଥିଲା । ଅସ୍ତ୍ରୋପଚାର ପରେ ଯୁବକଙ୍କ ଯନ୍ତ୍ରଣା କମ ହୋଇଥିଲେ ମଧ୍ୟ ଗୋଟେ କାନକୁ ଶୁଭୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର