ବିନା ଯାତ୍ରୀରେ ଉଡ଼ାଣ ଭରୁଛି ପାକ୍ ସରକାରୀ ବିମାନ ସଂସ୍ଥାର ବିମାନ, ୮୨ ଥର‌ରେ କ୍ଷତି ୧୮ କୋଟି ଟଙ୍କା

ଇସଲାମାବାଦ୍: ପାକିସ୍ତାନର ଆର୍ଥିକ ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ପାକ୍ ବାସୀ । କିନ୍ତୁ ଏବେ ବି ପାକିସ୍ତାନର ସରକାରୀ ସଂସ୍ଥାଗୁଡ଼ିକ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ଦେଶର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରୁଛି। ପାକ୍ ଟିଭି ଚାନେଲ୍ ଜିଓ ନ୍ୟୁଜରେ ପ୍ରକାଶିତ ଖବର ମୁତାବକ, ପାକିସ୍ତାନର ସରକାରୀ ବିମାନ ସେବା ସଂସ୍ଥା  ପିଆଇଏ ଗତ କିଛି ଦିନ ଧରି ବିନା କୌଣସି ଯାତ୍ରୀରେ ହିଁ ଉଡାଣ ଭରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ କି ଦୁଇଟି ନୁହଁ ଏକାଥରେ ୮୨ ଥର ବିନା କୌଣସି ଯାତ୍ରୀରେ  ବିମାନ ଉଡାଣ କରିଥିବା ସୂଚନା ମିଳିଛି  । ତେବେ ବିମାନ କମ୍ପାନୀର ଏହି ମୁର୍ଖତା କାରଣରୁ ସରକାରଙ୍କୁ ଏବେ ୧୮ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।

ରିପୋର୍ଟ ମୁତାବକ , ୨୦୧୬ ଏବଂ ୨୦୧୭ ମଧ୍ୟରେ ପିଆଇଏ ଏଭଳି ୪୬ ଉଡାଣର କରିଛି,  ଯେଉଁଥିରେ ବିମାନରେ ଜଣେ ବି ଯାତ୍ରୀ ବସି ନଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହଜରେ  ଯାଉଥିବା ପାଖାପାଖି ୩୬ ବିମାନରେ ବି କେହି ବସି ନଥିଲେ । ଏହି ଘଟଣାରେ ପ୍ରଶାସନକୁ ସୂଚନା ମିଳିବା ପରେ ଯାଞ୍ଚ ଆଦେଶ  ଦିଆଯାଇଛି । ପାକର  କରଜ ଏବେ ୬ ଅରବ୍ ଡଲାର୍ ହୋଇଥିଲାବେଳେ ପିଆଇଏର ଏଭଳି ଉଡ଼ାଣ  ପାକିସ୍ତାନକୁ ମହଙ୍ଗା ପଡିଛି ।

ସମ୍ବନ୍ଧିତ ଖବର