ମେ ୩୦ ଯାଏଁ ଭାରତୀୟ ବିମାନ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ ରହିବ

ଲାହୋର: ଇସ୍‌ଲାମାବାଦ୍‌ ଭାରତର ଲୋକସଭା ନିର୍ବାଚନକୁ ଅପେକ୍ଷା କରିଥିବା ଦୃଷ୍ଟିରୁ ମେ ୩୦ ତାରିଖ ଯାଏଁ ଭାରତୀୟ ବିମାନଗୁଡ଼ିକ ଲାଗି ଆକାଶପଥ ଉପରୁ ନିଷିଧାଦେଶ ନ ଉଠାଇବାକୁ ବୁଧବାର ଦିନ ପାକିସ୍ତାନ ନିଷ୍ପତ୍ତି ନେଇଛି।

ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ବାଲାକୋଟସ୍ଥିତ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ତା’ର ଆକାଶପଥ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲା। କିନ୍ତୁ ମାର୍ଚ ୨୭ ତାରିଖ ଦିନ ନୂଆଦିଲ୍ଲୀ, ବ୍ୟାଙ୍ଗ୍‌କକ୍‌ ଏବଂ କୁଆଲା ଲମ୍ପୁର ଛଡ଼ା ବାକି ସମସ୍ତ ବିମାନ ପାଇଁ ତା’ର ଆକାଶପଥ ଉନ୍ମୁକ୍ତ କରିଥିଲା।

ଭାରତୀୟ ବିମାନଗୁଡ଼ିକ ଲାଗି ଆକାଶପଥ ଖୋଲିବାକୁ ବୁଧବାର ଦିନ ପ୍ରତିରକ୍ଷା ଏବଂ ବିମାନ ଚଳାଚଳ ମନ୍ତ୍ରାଳୟର ଶୀର୍ଷସ୍ତରୀୟ ଅଧିକାରୀମାନେ ବୈଠକରେ ମିଳିତ ହୋଇଥିଲେ। ଭାରତୀୟ ବିମାନଗୁଡ଼ିକ ଲାଗି ମେ ୩୦ ଯାଏଁ ପାକିସ୍ତାନର ଆକାଶମାର୍ଗ ନିଷେଧ ରଖିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ବୈଠକ ପରେ ପରିସ୍ଥିତି ସଂକ୍ରାନ୍ତରେ ସମସ୍ତ ପାଇଲଟ୍‌ଙ୍କୁ ନୋଟିସ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର