ବାଲାକୋଟ୍‌ ଆକ୍ରମଣରେ ନିହତଙ୍କ ମଧ୍ୟରେ ଅଛନ୍ତି ପୂର୍ବ ଆଇଏସ୍‌ଆଇ ଏଜେଣ୍ଟ କର୍ଣ୍ଣେଲ୍‌ ସଲିମ୍‌ ଓ ବୋମା ବିଶେଷଜ୍ଞ ଉସ୍‌ମାନ୍‌ ଗନୀ

ନୂଆଦିଲ୍ଲୀ: ଫେବ୍ରୁଆରି ୨୬ରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକ୍‌ ସେନା ୩୫ଟି ମୃତଦେହ ଘଟଣାସ୍ଥଳରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିଥିଲା ବୋଲି ଜଣେ ଇଟାଲୀୟ ସାମ୍ବାଦିକ ପ୍ରକାଶ କରିଛନ୍ତି। ପାକ ଅଧିକୃତ କଶ୍ମୀରର ବାଲାକୋଟ ଠାରେ ଜୈସ୍‌-ଇ-ମହମ୍ମଦର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିର ଉପରେ ଲେଜର ବୋମା ପ୍ରୟୋଗ କରିବା ପରେ ୩୫ଟି ମୃତଦେହ ସେଠାରୁ ପାକ୍‌ ସେନା ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ସେ ପ୍ରକାଶ କରିଛନ୍ତି।

ଫ୍ରାନସେସ୍କୋ ମାରିନୋ ନାମକ ଏହି ଇତାଲୀୟ ସାମ୍ବାଦିକ ଡବ୍ଲୁଆଇଓଏନ୍‌କୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତୀୟ ଆକ୍ରମଣରେ ଅତି କମ୍‌ରେ ୪୦ରୁ ୫୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୩୫ରୁ ୪୦ ଜଣ ଗୁରୁତର ଆହତ ହୋଇଥିବା ସେ ପ୍ରକାଶ କରିଛନ୍ତି।

ମାରିନୋ ଏକଥା ମଧ୍ୟ କହିଛନ୍ତି ଯେ ଭାରତୀୟ ମିରେଜ୍‌ ବାହିନୀର ଆକ୍ରମଣ ପରେ ଘଟଣାସ୍ଥଳରେ ପାକିସ୍ତାନୀ ଆମ୍ବୁଲାନ୍ସ ପହଞ୍ଚିଥିଲା। ଏହାପରେ ସେନା ପକ୍ଷରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଛଡାଇ ନିଆଯାଇଥିଲା। ଏଥିସହ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି ପାକ୍‌ ସେନା ଘଟଣାସ୍ଥଳରୁ ୩୫ଟି ମୃତ ଦେହକୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନେଇଥିଲା। ଏଥିମଧ୍ୟରେ ୧୨ଜଣ ଯୁବକ ଥିଲେ ବୋଲି ସାମ୍ବାଦିକ ମାରିନୋ ଦାବି କରିଛନ୍ତି।

ଏକ ଭାରତୀୟ ଖବର କାଗଜରେ ମାରିନୋ ଲେଖିଥିବା ରିପୋର୍ଟ ଅନୁସାରେ ଆକ୍ରମଣରେ ଆଇଏସ୍‌ଆଇର ଜଣେ ପୂର୍ବତନ ଅଧିକାରୀ କର୍ଣ୍ଣେଲ୍‌ ସଲିମ୍‌ ନିହତ ହୋଇଛନ୍ତି। ଜୈସ୍‌ର ପ୍ରଶିକ୍ଷକ ମୁଫ୍‌ତି ମୋଇନ୍‌ ଓ ବୋମା ବିଶେଷଜ୍ଞ ଉସ୍‌ମାନ୍‌ ଗନୀ ଭାରତୀୟ ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ ବୋଲି ବୟାନ ଦେଇଥିଲେ।

ସମ୍ବନ୍ଧିତ ଖବର