ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ପୁଞ୍ଚ୍‌ଠାରେ ସେନା ଯବାନ ସହିଦ

ଶ୍ରୀନଗର: ପାକିସ୍ତାନ ସେନାର ଅସ୍ତ୍ର ବିରତି ଉଲ୍ଲଂଘନରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ଠାରେ ଜଣେ ୨୧ ବର୍ଷୀୟ ସିପାହୀ ସହିଦ ହୋଇଛନ୍ତି। ଶୁକ୍ରବାର ପୁଞ୍ଚ୍‌ ଜିଲ୍ଲାର କୃଷ୍ଣାଘାଟୀଠାରେ ଭାରତ ଭିତରକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଗୁଳି ଚାଳନା କରିଥିଲା। ତାହାର ପାଲଟା ଜବାବ ଦେବାକୁ ଯାଇ ୨୧ ବର୍ଷୀୟ ଯବାନ ରାହୁଲ ଭାଇରୁ ସୁଲାଗେକର ସହିଦ ହୋଇଛନ୍ତି।

ପାକିସ୍ତାନୀମାନଙ୍କ ଗୁଳି ବାଜିବା ପରେ ସୀମାରେ ଟଳି ପଡ଼ିଥିଲେ ରାହୁଲ୍‌। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ସୂଚନା ରହିଛି।

ରାହୁଲଙ୍କ ଘର କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଉଚାଗାଓଁଠାରେ।  ଘରେ କେବଳ ତାଙ୍କ ମାଆ ଅଛନ୍ତି। ସେ ଜଣେ ସାହସୀ ଓ କର୍ମନିଷ୍ଠ ସୈନିକ ଥିଲେ। ଦେଶ ତାଙ୍କ ତ୍ୟାଗକୁ ସଦା ମନେ ରଖିବ ବୋଲି ସେନା ମୁଖପାତ୍ର କହିଛନ୍ତି। ତାଙ୍କ ସହିଦ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର