ଭାରତରେ ଦୁର୍ନୀତି ବଢିଛି, ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ସୂଚୀରେ ୮୧ ତମ ସ୍ଥାନକୁ ଖସିଲା

ଭାରତ ଅପେକ୍ଷା ପାକିସ୍ତାନ, ବାଂଲାଦେଶରେ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ : ଭାରତ ତୁଳନାରେ ଚୀନ ଓ ଭୁଟାନରେ କମ ଦୁର୍ନୀତି ହୋଇଥାଏ , ମାତ୍ର ପାକିସ୍ତାନରେ ଅଧିକ ଦୁର୍ନୀତି ହୋଇଥାଏ ବୋଲି ଟ୍ରାନ୍ସଫରେନ୍ସି ଇଣ୍ଟରନାସନାଲ ରିପୋର୍ଟରୁ ଜଣାପଡିଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ ପକ୍ଷରୁ ପ୍ରକାଶିତ କରପ୍‌ସନ ପରସେପସନ ଇଣ୍ଡେକ୍ସ ( ଦୁର୍ନୀତି ଅବଧାରଣା ସୂଚକାଙ୍କ) ୨୦୧୭ ରେ ଭାରତ ୪୦ ଅଂକ ସହିତ ୮୧ ତମ ସ୍ଥାନରେ ରହିଛି । କିନ୍ତୁ ୨୦୧୬ର ସ୍ଥାନଠାରୁ ଭାରତର ସ୍ଥାନରେ ଅବନତି ହୋଇଛି । ୨୦୧୬ରେ ଭାରତ ୭୯ ତମ ସ୍ଥାନରେ ଥିଲା । ପାକିସ୍ତାନ ଏହି ତାଲିକାର ୧୧୭ ତମ ସ୍ଥାନରେ ବାଂଲାଦେଶ ୧୪୩ ତମ ସ୍ଥାନରେ, ମ୍ୟାମାର ୧୩୦ ତମ ସ୍ଥାନରେ ଓ ଶ୍ରୀଲଙ୍କା ୯୦ ତମ ସ୍ଥାନରେ ରହିଛନ୍ତି । ଭୁଟାନର ସ୍ଥାନ ୬୭ ଥିବାବେଳେ ଚୀନର ସ୍ଥାନ ୭୭ ରହିଛି । ରିପୋର୍ଟରେ କୁହାଯାଇଛି ଯେ ଏସିଆ ଓ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ପ୍ରବଳ ଦୁର୍ନୀତି ରହିଛି । ତାଲିକାରେ ନ୍ୟୁଜିଲାଣ୍ଡ ଓ ଡେନମାର୍କ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ସିରିଆ, ସୁଦାନ ଓ ସୋମାଲିଆ ଆଦି ଦେଶ ତାଲିକାର ସବୁଠୁ ତଳେ ଅଛନ୍ତି । ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକରେ ହାରାହାରି ଭାବେ ସବୁଠୁ କମ ଦୁର୍ନୀତି ଥିବାବେଳେ ସାହାରା ଅଂଚଳରେ ଥିବା ଆଫ୍ରିକୀୟ ଦେଶଗୁଡ଼ିକରେ ସର୍ବାଧିକ ଦୁର୍ନୀତି ପ୍ରବଣ । ତେବେ ଏସିଆରେ ସରକାରୀ ସ୍ତରରେ ଅଧିକ ଦୁର୍ନୀତି ରହିଥିବା ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର