କାଶ୍ମୀରକୁ ଭାରତର ଅଂଗ ଦେଖାଉଥିବା ସ୍କୁଲ ବହି ପାକିସ୍ତାନରେ ନିଷିଦ୍ଧ

ଇସ୍ଲାମାବାଦ : ନିଜ ଦେଶବାସୀଙ୍କ ମନରେ କାଶ୍ମୀର ସମସ୍ୟାକୁ ବଜାୟ ରଖିବା ଓ ଭାରତୀୟଙ୍କ ପ୍ରତି ଘୃଣାକୁ ବଢାଇବାକୁ ପାକିସ୍ତାନ ସରକାର ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି । ଏପରିକି ଛୋଟ ପିଲାଙ୍କ ମନରେ ଏହି ଘୃଣାଭାବ ସୃଷ୍ଟି କରାଯାଉଛି । ସେଥିପାଇଁ ସ୍କୁଲ ପାଠ୍ୟକ୍ରମରେ  ଭୁଲ ଇତିହାସ ପଢାଯାଉଛି । ପାକିସ୍ତାନ ଓ ଭାରତର ଇତିହାସ ସମାନ ହୋଇଥିଲେ ମଧ୍ୟ ପାକିସ୍ତାନ ଇତିହାସରେ ଭାରତୀୟ ଉପମହାଦେଶରେ ଇସ୍ଲାମିକ ଶାସନ ପୂର୍ବରୁ ଆଉ କୌଣସି ଇତିହାସ ନାହିଁ ବୋଲି କୁହାଯାଉଛି । ନିକଟରେ ପାକିସ୍ତାନର କେତେକ ଘରୋଇ ସ୍କୁଲରେ ପଢାଯାଉଥିବା ଇତିହାସ ବହିରେ କାଶ୍ମୀରକୁ ଭାରତର ଅଂଗ ଦର୍ଶାଯାଇଥିବା ଜଣାପଡିବା ପରେ ଉକ୍ତ ବହି ଗୁଡ଼ିକୁ ସଂଗ୍ରହ କରି ନଷ୍ଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଏଭଳି ତଥ୍ୟ ପଢେଇଲେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଜେଲରେ ଭର୍ତ୍ତି କରାଯିବାକୁ ଧମକ ଦିଆଯାଇଛି । ସେଠାକାର ସରକାର କାଶ୍ମୀରକୁ ନିଜ ମାନଚିତ୍ରରେ ଦେଖାଇବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର