ପାକିସ୍ତାନରେ ନିଷିଦ୍ଧ ମୌଳବାଦୀ ସଂଗଠନକୁ କର୍ଣ୍ଣାଟକରେ ସମ୍ମିଳନୀ କରିବାକୁ ସହାୟତା କରୁଛନ୍ତି କଂଗ୍ରେସ ବିଧାୟକ

ବାଙ୍ଗାଲୁରୁ : ପାକିସ୍ତାନରେ ନିଷିଦ୍ଧ ହୋଇଥିବା ଏକ ଇସ୍ଲାମୀୟ ସଂଗଠନର ସମ୍ମିଳନୀ କରିବାକୁ କର୍ଣ୍ଣାଟକରେ ଅନୁମତି ମିଳିଛି । ଜଣେ କଂଗ୍ରେସ ବିଧାୟକ ଏହି ଅନୁମତି ଦେବା ସହ ସବୁପ୍ରକାରର ସହାୟତା ଯୋଗାଇଦେଇଛନ୍ତି ।

ନିଜର ମୌଳବାଦୀ ଚିନ୍ତାଧାରା ନେଇ କୁଖ୍ୟାତ ପାକିସ୍ତାନୀ ସଂଗଠନ ଦାଓ୍ଵାତ-ଏ-ଇସ୍ଲାମୀର ସଭା ସମିତିକୁ ପାକିସ୍ତାନ ସରକାର ବି ଅନୁମତି ଦେଉନାହାନ୍ତି । କିନ୍ତୁ ଏବେ ଏହି ସଂଗଠନର କର୍ଣ୍ଣାଟକର ହୁବୁଲିରେ ନିଜର ଦୁଇଦନିଆ ସମ୍ମିଳନୀ ‘ଇଜେତମା’ କରିବାକୁ ଯାଉଛି । ଏପରିକି ସ୍ଥାନୀୟ ମୁସଲିମମାନେ ମଧ୍ୟ ଏହି ସମ୍ମିଳନୀକୁ ବିରୋଧ କରୁଛନ୍ତି । କିନ୍ତୁ କଂଗ୍ରେସ ବିଧାୟକ ପ୍ରସାଦ ଅବଲ୍ୟଙ୍କ ସହଯୋଗରେ ସେମାନେ ଏହି ସମ୍ମିଳନୀ କରୁଥିବା ଜଣାଯାଇଛି । ଏପରିକି ସେ ଏହି ସମ୍ମିଳନୀ ହେଉଥିବା ସ୍ଥାନକୁ ଯାଇ ପ୍ରସ୍ତୁତି ତଦାରଖ କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଏହି ସମ୍ମିଳନୀରେ ହେଲେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡିବା ଆଶଙ୍କା କରି ତେଲେଙ୍ଗାନା ସରକାର ପୂର୍ବରୁ ଏହାକୁ ଅନୁମତି ଦେଇନଥିଲେ । କିନ୍ତୁ ଏହି କଂଗ୍ରେସ ବିଧାୟକଙ୍କ ଛତ୍ରଛାୟା ତଳେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ଅନ୍ୟପକ୍ଷରେ ଏହି ସମ୍ମିଳନୀ ପାଇଁ ଆବଶ୍ୟକ ଅନୁମତି ରହିଥିବା ଆୟୋଜକମାନେ କହିଛନ୍ତି ।

ସମ୍ବନ୍ଧିତ ଖବର