ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନ ଭାରତକୁ ବାଂଲାଦେଶୀ ଅନୁପ୍ରବେଶ କରାଉଛନ୍ତି : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ଅତ୍ୟନ୍ତ ଯୋଜନାବଦ୍ଧଭାବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବାଂଲାଦେଶୀମାନଙ୍କୁ ଅନୁପ୍ରବେଶ କରାଉଛନ୍ତି ବୋଲି ସେନାଧ୍ୟକ୍ଷ ଜେନାରାଲ ବିପିନ ରାଓ୍ଵତ କହିଛନ୍ତି । ଆସାମ ଓ ଅନ୍ୟ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଏହି କାରଣରୁ ଅତି ଦ୍ରୁତ ଗତିରେ ବାଂଲାଦେଶୀ ମୁସଲିମଙ୍କ ସଂଖ୍ୟା ବଢିଚାଲିଛି ବୋଲି ସେ କହିଛନ୍ତି । ବଦରୁଦ୍ଦିନ ଆଜମଲଙ୍କ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ)ର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଦଳ ଦେଶର ଅନ୍ୟ ରାଜନୈତିକ ଦଳଙ୍କ ତୁଳନାରେ ସର୍ବାଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି । ୨୦୦୫ରେ ପ୍ରତିଷ୍ଠା ହୋଇଥିବା ଏହି ଦଳ ମୁସଲିମାନଙ୍କ ଅଧିକାର ରକ୍ଷା ପାଇଁ ଲଢୁଥିବା ଦାବି କରୁଛି । ଏବେ ଏହି ଦଳର ୩ ଜଣ ଏମପି ଓ ୭ ଜଣ ବିଧାୟକ ଅଛନ୍ତି । ଆସାମର କେତେକ ଜିଲ୍ଲାରେ ମୁସଲିମମାନେ ସଂଖ୍ୟାଗରିଷ୍ଠ ହୋଇସାରିଲେଣି, ଯାହାକି ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ବେଆଇନ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାହାରକୁ ପଠାଇବାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ସରକାର ମଧ୍ୟ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରି ପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର