ପାକିସ୍ତାନ-ଚୀନ ଆରମ୍ଭ କଲେ ବଡ଼ ଧରଣର ସମରାଭ୍ୟାସ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସହ ଭାରତର ସଂପର୍କ ବିଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି । ବାରମ୍ବାର ପାକିସ୍ତାନ ଯୁଦ୍ଧ ଧମକ ଦେଉଛି । ତେବେ ସମଗ୍ର ବିଶ୍ୱରେ ପାକିସ୍ତାନ ପଛରେ କେହି ଛିଡା ହୋଇନଥିଲେ ମଧ୍ୟ ଚୀନ ଦୃଢଭାବରେ ଛିଡା ହୋଇଛି । ଚୀନ ମଧ୍ୟ ଭାରତର ପଦକ୍ଷେପକୁ ଖୋଲାଖୋଲି ବିରୋଧ କରିଛି । ଏଭଳି ବିସ୍ଫୋରକ ପରିସ୍ଥିତିରେ ଚୀନ ଓ ପାକିସ୍ତାନର ବାୟୁସେନା ଚୀନର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି । ଏହି ସମରାଭ୍ୟାସର ନାଁ ରଖାଯାଇଛି ସାହିନ (ଇଗଲ)-୮ ।

ଏହି ସମରାଭ୍ୟାସରେ ଉଭୟ ଦେଶ ପରସ୍ପରର ଲଢୁଆ ବିମାନ, ଏୟାରଡିଫେନ୍ସ ସିଷ୍ଟମ ଆଦିକୁ ସାମିଲ କରାଯାଇଛି । ବିଗତ କିଛି ବର୍ଷ ଧରି ଉଭୟ ଦେଶ ପ୍ରାୟ ପ୍ରତିବର୍ଷ ମିଳିତ ସମରାଭ୍ୟାସ କରୁଥିଲେ ମଧ୍ୟ ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହି ସମରାଭ୍ୟାସକୁ ରଣନୀତି ବିଶେଷଜ୍ଞମାନେ ସଂଦେହ ଦୃଷ୍ଟିରେ ଦେଖୁଛନ୍ତି ।

ସମ୍ବନ୍ଧିତ ଖବର