କ୍ଷମା ମାଗିବା ପରେ ଛାଡ଼ ପାଇଲେ ଦିଲ୍ଲୀ ମାର୍କେଟ୍‌ରେ ମହିଳାଙ୍କ ସହ ଯୁକ୍ତି କରିଥିବା ପାକିସ୍ତାନୀ କୂଟନୀତିଜ୍ଞ

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀର ଏକ ମାର୍କେଟ୍‌ପ୍ଲେସ୍‌ରେ ଜଣେ ଭାରତୀୟ ମହିଳାଙ୍କ ସହ ପାକିସ୍ତାନ ହାଇ କମିସନ୍‌ର ଜଣେ ଅଧିକାରୀ ଯୁକ୍ତିତର୍କ କରି ଥାନାକୁ ଯାଇଥିଲେ।

ଉକ୍ତ ମହିଳାଜଣକ କୂଟନୀତିଜ୍ଞଙ୍କୁ ଧରି ନିକଟବର୍ତ୍ତୀ ଥାନାକୁ ଯାଇ ତାଙ୍କ ନାମରେ ଏତଲା ଦେଇଥିଲେ। କିନ୍ତୁ, ସେ କୂଟନୀତିଜ୍ଞ ହୋଇଥିବାରୁ ତାଙ୍କୁ ଔପଚାରିକ ଭାବେ ଗିରଫ କରାଯାଇ ନ ଥିଲା। ଏ କଥା ସରକାରୀ ସୂତ୍ରରୁ ମଧ୍ୟ ଜଣାପଡ଼ିଛି।

ଉକ୍ତ ମହିଳାଙ୍କୁ କ୍ଷମାଯାଚନା କରିବା ପରେ ପୁଲିସ କର୍ମଚାରୀମାନେ ତାଙ୍କୁ ଛାଡ଼ି ଦେଇଥିଲେ।

ପାକିସ୍ତାନ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୂଟନୀତିଜ୍ଞଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରତିବାଦ କରି ପାକିସ୍ତାନ କହିଛି କି, କୂଟନୈତିକ ସମ୍ପର୍କ ସମ୍ବନ୍ଧରେ ଭିଏନା କନ୍‌ଭେନ୍‌ସନ୍‌ ଉଲ୍ଲଂଘନ କରାଯାଇଥିବାରୁ ଏହାର ଜବାବ ଦେବା ଅଧିକାର ପାକିସ୍ତାର ରହିଛି।

ସମ୍ବନ୍ଧିତ ଖବର