ଭାରତରେ ଜେଲଦଣ୍ଡ ଭୋଗିସାରିଥିବା ନିଜ ଲୋକମାନଙ୍କୁ ନେଉନାହିଁ ପାକିସ୍ତାନ

ନୂଆଦିଲ୍ଲୀ : ବିଭିନ୍ନ ଅଭିଯୋଗରେ ଭାରତୀୟ ଜେଲରେ ବନ୍ଦୀଥିବା ପାକିସ୍ତାନୀ ନାଗରିକମାନେ ନିଜର ଜେଲ ଅବଧି ଶେଷ ହେବା ପରେ ମଧ୍ୟ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାର କାରଣ ହେଉଛି ପାକିସ୍ତାନ ସରକାର ଏମାନଙ୍କୁ ନିଜର ନାଗରିକ ବୋଲି ମାନିବାକୁ ପ୍ରସ୍ତୁତ ନାହାନ୍ତି । ଭାରତ ସରକାର ବିଭିନ୍ନ ତଥ୍ୟ ପ୍ରମାଣ ଦେଖାଇଲେ ମଧ୍ୟ ପାକିସ୍ତାନ ସେମାନଙ୍କୁ ନେବାକୁ ରାଜି ହେଉନାହିଁ । ଫଳରେ ସେମାନ ବାଧ୍ୟ ହୋଇ ଜେଲରେ ରହୁଛନ୍ତି । ବିଭିନ୍ନ କାରଣରୁ ଏସବୁ ବନ୍ଦୀମାନେ ଭାରତରେ ଗିରଫ ହୋଇଥିଲେ । ସେସବୁ ମଧ୍ୟରେ ରହିଛି ଗୁପ୍ତଚର ଅଭିଯୋଗ, ବେଆଇନ ଭାବେ ଭାରତରେ ପ୍ରବେଶ, ଚୋରାବ୍ୟାପାର କିମ୍ବା ଆତଙ୍କବାଦ ।

ଉଦାହରଣସ୍ୱରୂପ ଦିଲ୍ଲୀର ଲାମ୍ପୁର ଜେଲରେ ଥିବା ୫ ଜଣ ପାକିସ୍ତାନୀଙ୍କ କାରାବାସ ଶେଷ ହୋଇଥିଲେ ମଧ୍ୟ ସେମାନେ ଗତ ପ୍ରାୟ ଦୁଇ ବର୍ଷ ହେବ ଜେଲରେ ରହୁଛନ୍ତି । କାରଣ ସେମାନଙ୍କ ପରିବାର ଲୋକ ସେମାନଙ୍କୁ ଚିହ୍ନିଥିଲେ ମଧ୍ୟ ପାକ୍‌ ସରକାର ସେମାନଙ୍କୁ ଚିହ୍ନିବାକୁ ମନା କରିଦେଇଛନ୍ତି । ଦିଲ୍ଲୀ ପୁଲିସର ଫରେନର ରିଜୋନାଲ ରେଜିଷ୍ଟ୍ରେସନ ଅଫିସ ପକ୍ଷରୁ ସେମାନଙ୍କ ପ୍ରତ୍ୟାର୍ପଣ ପାଇଁ ବାରମ୍ବାର ପାକ୍‌ ସରକାରଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆହୁରି ମଧ୍ୟ ସେମାନଙ୍କୁ ମୁକ୍ତ ମଧ୍ୟ କରିହେଉ ନାହିଁ , କାରଣ ତାହା ସୁରକ୍ଷା ଦୃଷ୍ଟିକୋଣରୁ ବିପଦଜନକ ହୋଇପାରେ । ଏଣୁ ସେମାନେ ବାଧ୍ୟ ହୋଇ ଜେଲରେ ରହୁଛନ୍ତି ।

ସମ୍ବନ୍ଧିତ ଖବର