ଯାଦବଙ୍କ ପତ୍ନୀ ଓ ମାଆଙ୍କୁ ଅପମାନସୂଚକ ପ୍ରଶ୍ନ ପାଇଁ ସାମ୍ବାଦିକଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଧନ୍ୟବାଦ ଜ୍ଞାପନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ତାହାର କେତେକ ଗଣମାଧ୍ୟମ କୁଳଭୂଷଣ ଯାଦବଙ୍କ ପରିବାରର ସଦସ୍ୟଙ୍କ ପ୍ରତି କରିଥିବା ଅପମାନଜନକ ଆଚରଣରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଖୁସି ବୋଲି କେତେକ ସାମ୍ବାଦିକ କହୁଛନ୍ତି।

‘ଡନ୍‌’ ଖବରକାଗଜର ବରିଷ୍ଠ ସାମ୍ବାଦିକ ହସନ୍‌ ବେଲାଲ ଜାଇଦି ଟୁଇଟ୍‌ କରିଛନ୍ତି ଯେ ଲଜ୍ଜାଜନକ ପ୍ରଶ୍ନ ପଚାରିବାକୁ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପୂର୍ବରୁ ଯୋଜନା କରିଥିଲା। ଉତ୍ତମ ରୂପେ ସେମିତି କାମ କରିଥିବାରୁ ମନ୍ତ୍ରାଳୟ ପରେ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲା।


ଇଣ୍ଟର୍‌ନେଟ୍‌ରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ଦେଖା ଯାଉଛି ଯେ ଯାଦବଙ୍କ ପତ୍ନୀ ଓ ମାଆଙ୍କୁ ପ୍ରଥମେ ଏମ୍‌ଓଏଫ୍‌ଏ କୋଠା ବାହାରେ ଏବଂ ଇସ୍‌ଲାମାବାଦସ୍ଥିତ ବେନଜୀର ଭୁଟ୍ଟୋ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରେ ପାକିସ୍ତାନୀ ଗଣମାଧ୍ୟମ ପ୍ରଶ୍ନ ପଚାରି ଥିଲେ।

ଅପମାନଜନକ ପ୍ରଶ୍ନ ମଧ୍ୟରୁ ଗୋଟିଏ ଥିଲା: ଆପଣ ଜଣେ ଆତଙ୍କବାଦୀର ମାଆ, ଏ କଥା ଆପଣଙ୍କୁ କେମିତି ଲାଗୁଛି?

ସେ ଭଳି ଆଉ ଏକ ପ୍ରଶ୍ନ ଥିଲା: ଆପଣଙ୍କ ପୁଅ ଶହ ଶହ ପାକିସ୍ତାନୀଙ୍କୁ ହତ୍ୟା କରିଛି, ଆମେ ଜବାବ ଚାହୁଁଛୁ, ଆପଣ କାହିଁକି ଖସି ପଳାଉଛନ୍ତି।
ପାକିସ୍ତାନର କେତେକ ସାମ୍ବାଦିକ ସେମାନଙ୍କ ସହକର୍ମୀ ସାମ୍ବାଦିକ ଭାଇମାନଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି।

ଡବ୍ଲୁଆଇଓଏନ୍‌ ନିଉଜ୍‌ର ବ୍ୟୁରୋ ମୁଖ୍ୟ ତାହା ସିଦ୍ଦିକି କହିଛନ୍ତି ଯେ ତାଙ୍କ ସାମ୍ବାଦିକ ଭାଇମାନେ ଯାହା କଲେ ସେଥିରେ ସେ ଅସନ୍ତୁଷ୍ଟ।
ଏ ଘଟଣା ବର୍ଣ୍ଣନା କରିବାକୁ ଅନ୍ୟତମ ଖ୍ୟାତନାମା ଲେଖିକା ବେନ୍‌ଜୈର୍‌ ଶାହା ଶବ୍ଦ ପାଉ ନାହାନ୍ତି।

ସମ୍ବନ୍ଧିତ ଖବର