ଆତଙ୍କବାଦୀ ସଂଗଠନ ଗଢିବାରେ ପାକିସ୍ତାନ ସରକାର କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି : ପାକ ମନ୍ତ୍ରୀ

ଇସ୍ଲାମାବାଦ : ଆଜି ଆଉ ଜଣେ ପାକିସ୍ତାନୀ ମନ୍ତ୍ରୀ କହୁ କହୁ ସତ କଥା କହିଦେଇଛନ୍ତି । ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ବ୍ରିଗେଡିୟର (ଅବସରପ୍ରାପ୍ତ) ଇଜାଜ ଅହମଦ ଶାହକହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଜମାଏତ-ଉଲ-ଦାଓ୍ଵା ପରି ଆତଙ୍କବାଦୀ ସଂଗଠନ ଗଢିବାକୁ ପାକିସ୍ତାନ ସରକାର କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ ହମ ଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପାକିସ୍ତାନ ସରକାର ବିପୁଳ ଅର୍ଥ ବ୍ୟୟ କରିଜମାଏତ-ଉଲ-ଦାଓ୍ଵା ପରି ସଂଗଠନକୁ ଗଢିଛନ୍ତି ।

ଏବେ ଏହି ଆତଙ୍କବାଦୀ ସଂଗଠନମାନଙ୍କୁ ପୁଣି ଥରେ ମୁଖ୍ୟଧାରାକୁ ଫେରାଇ ଆଣିବାର ସମୟ ଆସିଯାଇଛି । ମନ୍ତ୍ରୀଙ୍କ ଏହି ବୟାନ ପରେ ପୁଣି ଥରେ ପ୍ରମାଣିତ ହୋଇଯାଇଛି ଯେ ପାକିସ୍ତାନ ସରକାର ହିଁ ଆତଙ୍କବାଦର ମୁଖ୍ୟ ପୃଷ୍ଠପୋଷକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜର ଆମେରିକା ଗସ୍ତ କାଳରେ କହିଥିଲେ ଯେ ତାଙ୍କ ଦେଶରେ ପ୍ରାୟ ୩୦ରୁ ୪୦ ହଜାର ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ଅନ୍ୟଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟଠାରୁ କୌଣସି ସମର୍ଥନ ପାଇପାରିନାହିଁ ।

ସମ୍ବନ୍ଧିତ ଖବର