ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୂଳଭୂଷଣ ଯାଦବଙ୍କୁ ଭେଟିବାକୁ ତାଙ୍କ ମା’ ଓ ପତ୍ନୀଙ୍କୁ ଅନୁମତି ମିଳିଛି । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଏଥିଲାଗି ଯାଦବଙ୍କ ମା’ ଓ ପତ୍ନୀଙ୍କୁ ଭିସା ପ୍ରଦାନ କରାଯାଇଛି । ଏ ସଂପର୍କରେ ପାକ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଡଃ ମହମ୍ମଦ ଫୈଜଲ ଟ୍ଵିଟ୍ କରି ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶନିବାରଦିନ ପାକ୍ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା ଯେ ‘‘ପାକିସ୍ତାନ ଯିବା ପାଇଁ କମାଣ୍ଡର ଯାଦବଙ୍କ ମା’ ଓ ପତ୍ନୀଙ୍କ ଭିସା ଆବେଦନ ମିଳିଛି ଓ ମାନବିକ ଦୃଷ୍ଟି କୋଣରୁ ତାହା ବିଚାରାଧୀନ ରହିଛି ।’’
Pakistan High Commission in New Delhi issued the visas to the mother and wife of Commander Jadhav to visit Islamabad to meet him, today.
— Dr Mohammad Faisal (@ForeignOfficePk) December 20, 2017
ଚଳିତ ମାସ ଆରମ୍ଭରେ ପାକିସ୍ତାନ ସରକାର ଯାଦବଙ୍କ ପତ୍ନୀ ଓ ମା’ଙ୍କୁ ଭେଟିବାକୁ ଅନୁମତି ଦେବା କଥା ଘୋଷଣା କରିଥିଲେ । ମାତ୍ର ସେମାନଙ୍କ ନିରାପତ୍ତା ଗ୍ୟାରେଣ୍ଟି ଦେବା ପାଇଁ ଭାରତ କରିଥିବା ଦାବି ବାବଦରେ ପାକ୍ ସରକାର ନିରବ ରହିଥିଲେ । ଅନ୍ୟପକ୍ଷରେ ଗତ ୧୩ ତାରିଖରେ ଯାଦବଙ୍କୁ କନସୁଲାର ଆକସେସ୍ ଦେବା ପାଇଁ ଭାରତର ସାନି ଆବେଦନକୁ ପାକ୍ ସରକାର ପୁଣି ଥରେ ଖାରଜ କରିଦେଇଥିଲେ ।
ଗତ ୨୦୧୬ ମାର୍ଚ୍ଚରେ ଭାରତର ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଧିକାରୀମାନେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ କରିଥିଲେ ।