ପାକିସ୍ତାନ କଳାତାଲିକାଭୁକ୍ତ ହେବା ନିଶ୍ଚିତ : ଏଫଏଟିଏଫର ବିଦାୟୀ ସଭାପତି

ଓ୍ଵାସିଂଟନ (ୟୁଏସ) : ବାରମ୍ବାର ତାଗିଦ ସତ୍ତ୍ୱେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ବାରମ୍ବାର ବିଭିନ୍ନ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେଉଛି । ଏଣୁ ଆଗାମୀ ଅକ୍ଟୋବର ମାସରେ ପାକିସ୍ତାନଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା କଳା ତାଲିକାଭୁକ୍ତ ହେବା ଏକରକମ ନିଶ୍ଚିତ ବୋଲି ଏହାର ବିଦାୟୀ ସଭାପତି ମାର୍ସାଲ ବିଲିଙ୍ଗସଲି କହିଛନ୍ତି । ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନ ସଂପର୍କରେ ଏଫଏଟିଏଫରେ ଭୋଟିଂ ହେବ ଓ କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିବା ପାଇଁ ପାକିସ୍ତାନକୁ ଆହୁରି ଅନେକ କିଛି କରିବାକୁ ହେବ ।

ନିକଟରେ ସମାପ୍ତ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ସାଧାରଣ ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଛି ।

ଜୁନ ୨୧ରେ ସମାପ୍ତ ହୋଇଥିବା ଏଫଏଟିଏଫର ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଛି । ଏ ପ୍ରସଙ୍ଗରେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏଫଏଟିଏଫ ବୈଠକରେ ଆଲୋଚନା ଓ ଭୋଟିଂ ହେବ । ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଗତ ବର୍ଷ ଗ୍ରେ (ଧୂଷର) ତାଲିକାରେ ରଖିଥିଲା ।

ସମ୍ବନ୍ଧିତ ଖବର