ହିନ୍ଦୁ ବିରୋଧୀ ବୟାନ ଦେଇ ବହିଷ୍କୃତ ହେଲେ ପାକ୍‌ ମନ୍ତ୍ରୀ

ଇସଲାମାବାଦ୍‌: ହିନ୍ଦୁ ବିରୋଧୀ ବୟାନ ଦେଇ ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଶାସକ ତେହେରିକ୍‌ ଏ ଇନସାଫ୍‌ର ବରିଷ୍ଠ ନେତାମାନଙ୍କ ଦ୍ବାରା କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ହିନ୍ଦୁମାନଙ୍କୁ ଗୋମୂତ୍ର ପିଉଥିବା ମଣିଷ ବୋଲି କହିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଫୈଜଲ ହସନ ଚୌହାନ୍‌ଙ୍କୁ ଆଜି ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଏହି ସମୟରେ ଫୈଜଲ ଗତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁମାନଙ୍କୁ ଗୋମୂତ୍ର ପିଉଥିବା ମଣିଷ ବୋଲି କହିଥିଲେ।

ସମ୍ବନ୍ଧିତ ଖବର