ସାଉଦି ଯୁବରାଜଙ୍କ ଆଗରେ ଭାରତ ବିରୋଧରେ ଫେରାଦ ହେଲା ପାକିସ୍ତାନ

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ଧାରା ୩୭୦ ଉଠାଇବା ପରେ ତାବିରୋଧରେ ପାକିସ୍ତାନ ନିଜର ସବୁ ମିତ୍ର ଦେଶଙ୍କ ସମର୍ଥନ ଲୋଡ଼ିଚାଲିଛି । କିନ୍ତୁ ଚୀନ ଛଡା ଅନ୍ୟ ସବୁଠାରୁ ନିରାଶ ହିଁ ହୋଇଛି । ଗତ କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେବା ପରେ ଇମ୍ରାନ ମଧ୍ୟ ଟ୍ରମ୍ପଙ୍କ ସହ କଥା ହୋଇଥିଲେ । ଭାରତ ବିରୋଧୀ ଆଭିମୁଖ୍ୟକୁ ହ୍ରାସ କରିବାକୁ ଟ୍ରମ୍ପ ଇମ୍ରାନଙ୍କୁ କହିଥିବା ଜଣାଯାଇଛି । ଆମେରିକାଠାରୁ ନିରାଶ ହେବା ପରେ ପାକିସ୍ତାନ ସୋମବାର ରାତିରେ ନିଜର ବନ୍ଧୁରାଷ୍ଟ୍ର ସାଉଦି ଆରବ ଆଗରେ ଗୁହାରୀ କରିଛି ।

ଆଜି ଇମ୍ରାନ ଖାଁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଫୋନରେ କଥାହେବା ସହ ଭାରତ ବିରୋଧରେ ଗୁହାରୀ କରିଛନ୍ତି । ଭାରତ ନିରୀହ କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ସାଉଦି ଯୁବରାଜ ଇମ୍ରାନଙ୍କୁ ସେଭଳି କୌଣସି ପ୍ରତିଶ୍ରୁତି ଦେଇନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର