ନୂଆଦିଲ୍ଲୀ : ଆମେରିକା ଯିବା ପାଇଁ ନିଜ ଦେଶର ବିମାନରେ ନ ଯାଇ ଅନ୍ୟ ଦେଶର ବିମାନରେ ଯାତ୍ରା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଶନିବାର ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ବିଶେଷ ବିମାନ ଯୋଗେ ସେ ଆମେରିକା ଯାଇଥିବା ଜଣା ପଡ଼ିଛି । ଦୁନ୍ୟା ନିଉଜ୍ ପକ୍ଷରୁ କୁହାଯାଇଛି କି, ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ହିଁ ଇମ୍ରାନ୍ଙ୍କୁ ତାଙ୍କ ସହ ଯିବା ପାଇଁ କହିଥିଲେ । ଆପଣ ଆମର ଅତିଥି । ସେଥିପାଇଁ ଆପଣ ବ୍ୟବସାୟିକ ବିମାନରେ ନ ଯାଇ ମୋ ସହ ମୋର ବିମାନରେ ଯିବେ ବୋଲି କହିଥିଲେ ମହମ୍ମଦ ବିନ୍ ସଲମାନ ।
/sambad/media/post_attachments/7495b752dff4f353c3a2a0b5bcc9c00a3edfb7f4303b0e9ec3e155630154661f.jpg)
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆମେରିକାରେ ପହଞ୍ଚି ସାରିଛନ୍ତି । ଏହି ୭ଦିନିଆ ଗସ୍ତରେ କଶ୍ମୀର ଆଡ଼କୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାର ଲକ୍ଷ ନେଇ ଇମ୍ରାନ ଖାନ୍ ଆମେରିକା ଯାଇଛନ୍ତି । ଆମେରିକା ଯିବା ପୂର୍ବରୁ ସେ ଦୁଇ ଦିନ ସାଉଦି ଆରବରେ ରହିଥିଲେ । ଯାହା ପରେ ସେଠାରୁ ସେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଆମେରିକାକୁ ଉଡ଼ାଣ ଭରିଥିଲେ ।