ପାକ୍‌ ରାଷ୍ଟ୍ରପତିଙ୍କ ପିତା ଥିଲେ ନେହରୁଙ୍କ ଦାନ୍ତ ଡାକ୍ତର

ଇସ୍‌ଲାମାବାଦ୍‌ : ପାକିସ୍ତାନ ତେହରିକ୍‌ ଏ ଇନସାଫ୍‌ (ପିଟିଆଇ)ର ବରିଷ୍ଠ ନେତା ଆରିଫ୍‌ ଅଲ୍‌ଭି ପାକିସ୍ତାନର ୧୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଅଲ୍‌ଭିଙ୍କର ଭାରତ ସହ ଏକ ସଂପର୍କ ରହିଛି। ପିଟିଆଇ େଓ୍ଵବସାଇଟ୍‌ରେ ପ୍ରକାଶିତ ତାଙ୍କ ଜୀବନୀରୁ ଜଣାପଡ଼ିଛି ଯେ ଅଲ୍‌ଭିଙ୍କ ପିତା ଡକ୍ଟର ହବିବୁର ରେହମାନ୍‌ ଏଲାହି ଅଲ୍‌ଭି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ଦାନ୍ତ ଡାକ୍ତର ଥିଲେ। ଅଲ୍‌ଭିଙ୍କ ପରିବାର ସଦସ୍ୟ ମଧ୍ୟ ଦାବି କରନ୍ତି ଯେ ନେହରୁଙ୍କ ତରଫରୁ ଡକ୍ଟର ଅଲ୍‌ଭିଙ୍କ ନିକଟକୁ ଅନେକ ଥର ଚିଠି ଆସିଥିଲା। ଅଲ୍‌ଭିଙ୍କ ପିତା ଭାରତରେ ଦନ୍ତ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ପରେ ସେ ୧୯୪୭ ମସିହାରେ ପାକିସ୍ତାନକୁ ସ୍ଥାନାନ୍ତରିତ ହୋଇଥିଲେ।

ସମ୍ବନ୍ଧିତ ଖବର