ପାକ୍‌ ତଟରକ୍ଷୀ ଦ୍ୱାରା ୫୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କରାଚି: ପାକିସ୍ତାନ ସମୁଦ୍ର ସୀମା ଭିତରେ ମାଛ ମାରୁଥିବା ଅଭିଯୋଗରେ ୫୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନର ତଟରକ୍ଷୀ ବାହିନୀ ଗିରଫ କରିଛି। ଏଥି ସହିତ ୯ଟି ଭାରତୀୟ ମାଛମରା ଡଙ୍ଗାକୁ ମଧ୍ୟ ପାକ୍‌ ତଟରକ୍ଷୀମାନେ ଜବତ କରିଛନ୍ତି। ଉଲ୍ଲେଖଥାଉ କି, ଆରବ ସାଗରରେ ପାକିସ୍ତାନ ଓ ଭାରତର ନିର୍ଦ୍ଦିଷ୍ଟ ସୀମାରେଖା ନଥିବାରୁ ଉଭୟ ଦେଶର ମତ୍ସ୍ୟଜୀବୀମାନେ ପ୍ରତିପକ୍ଷର ସୀମା ଡେଇଁ ମାଛ ମାରୁଥିବା ଅଭିଯୋଗରେ ନିୟମିତ ଗିରଫ ହୋଇ ଆସୁଛନ୍ତି। ପରେ ତନାଘନା ପରେ ନିଜ ନିଜ ଦେଶକୁ ଫେରୁଛନ୍ତି। ଏପରିକି ଗତ ୩୦ ତାରିଖରେ ୬୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ଛାଡ଼ିଥିଲା। ସେହିପରି ଗତ ବର୍ଷ ଡିସେମ୍ବର ଓ ଚଳିତ ବର୍ଷ ଜାନୁଆରି ଭିତରେ ପାକିସ୍ତାନର ଲାନ୍ଧି ଓ ମାଲିର ଜେଲ୍‌ରେ ଥିବା ୪୩୮ ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକୁଳିଥିଲେ।

ସମ୍ବନ୍ଧିତ ଖବର