ରାଜସ୍ଥାନରୁ ପାକିସ୍ତାନୀ ଗୁପ୍ତଚର ଗିରଫ

0

ଜୟପୁର : ରାଜସ୍ଥାନର ଜୟସଲମେରରୁ ଆଜି ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ସେ କାମ କରୁଥିବା ଜଣାପଡ଼ିଛି। ଗିରଫ ହୋଇଥିବା‌ ଗୁପ୍ତଚରର ନାଁ ନବାବ ଖାନ୍‌। ଭାରତ ପାକିସ୍ତାନ ସୀମା ନିକଟସ୍ଥ ଜୟସଲମେରର ସାମ୍‌ ଅଞ୍ଚଳ‌‌ରେ ତା’ ଘର। କିନ୍ତୁ ଖାନ୍‌ ଟଙ୍କା ଲୋଭରେ ପାକ୍‌ ଆଇଏସ୍‌ଆଇ ପାଇଁ କାମ କରୁଥିଲା ବୋଲି ଜଣାପଡ଼ିଛି। ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଉମେଶ ମିଶ୍ରଙ୍କ କହିବା ଅନୁଯାୟୀ ଖାନ୍‌ ପାକିସ୍ତାନରେ ଥିବା ଗୁଇନ୍ଦା ଅଧିକାରୀମାନଙ୍କୁ ହ୍ବାଟ୍ସଆପ୍‌ରେ କୋଡ୍‌ ମାଧ୍ୟମରେ ଖବର ପଠାଉଥିଲା। ଗତ ବର୍ଷ ସେ ପାକିସ୍ତାନ ଯାଇଥିଲା ଏବଂ ଆଇଏସ୍‌ଆଇର ଜଣେ ଏଜେଣ୍ଟ୍‌ ତାକୁ ତାଲିମ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.