ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ପାକ ସରକାର : ଆକ୍ରମଣ କଲେ ଜବାବ ଦେବୁ

ଇସ୍ଲାମାବାଦ : ଭାରତ ପୁଣି ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ଅଭିଯୋଗ କରି ପାକିସ୍ତାନ ଆଜି ସେଠାରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କୁ ଡକାଇଛି । ଭାରତ କୌଣସି ପ୍ରକାର ଦୁଃସାହସ କଲେ ତାହାର ଦୃଢ ଜବାବ ଦିଆଯିବ ବୋଲି ପାକିସ୍ତାନ ପକ୍ଷରୁ ତାଙ୍କୁ ଜଣାଇଦିଆଯାଇଛି । ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏପର୍ଯ୍ୟନ୍ତ ଏହାର କୌଣସି ଜବାବ ଦେଇନଥିଲେ ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନଥିବାବେଳେ ଅଯଥାରେ ଯୁଦ୍ଧ ବାତାବରଣ ସୃଷ୍ଟି କରୁଛି ।
ଏହା ପୂର୍ବରୁଡନ ପାକ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ ଯେ ଆସନ୍ତା ଏପ୍ରିଲ ୧୬ରୁ ୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ପୁଣି ଥରେ ଆକ୍ରମଣ କରିପାରେ । ସେ କହିଥିଲେ ଯେ ଭାରତ ଆକ୍ରମଣ କରିବା ଲାଗି ପ୍ରସ୍ତୁତି କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ରହିଛି । ପାକିସ୍ତାନ ଉପରେ କୂଟନୈତିକ ଚାପ ବଢାଇବା ପାଇଁ ଭାରତ ଏହି ଯୋଜନା କରୁଛି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର