ଆମେରିକା ସୈନ୍ୟଙ୍କ ଚୋରୀ ହୋଇଥିବା ସ୍ନାଇପର ରାଇଫଲ ବ୍ୟବହାର କରୁଛନ୍ତି ପାକିସ୍ତାନ ସେନା, ଆତଙ୍କବାଦୀ

ନୂଆଦିଲ୍ଲୀ : କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ପାଇଁ ଏକ ନୂଆ ଚିନ୍ତାର ବିଷୟ ହୋଇଛି ପାକ୍‌ ସ୍ନାଇପରଙ୍କ ଯୋଜନାବଦ୍ଧ ଆକ୍ରମଣ । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ପାକିସ୍ତାନର ବର୍ଡର ଆକ୍ସନ ଟିମ (ବ୍ୟାଟ୍‌) ଓ ଜୈସ ଆତଙ୍କବାଦୀଙ୍କ ହାତରେ ଆମେରିକାର ଅତ୍ୟାଧୁନିକ ଏମ-୪ କାର୍ବାଇନର ବ୍ୟବହାର । ଆମେରିକା ସେନା ଏହାକୁ ବ୍ୟବହାର କରେ । ବହୁ ଦୂରରୁ ଲୁଚିକରି ଶତ୍ରୁକୁ ମାରି ଖସେଇ ଦେବାରେ ଏହାର କ୍ଷମତା ବିଶ୍ୱରେ ଅପ୍ରତିଦ୍ୱନ୍ଦୀ । ତେବେ ଏହି ଅସ୍ତ୍ରକୁ ଆମେରିକା ଆଜି ପର୍ଯ୍ୟନ୍ତ ନାଟୋ ଦେଶ ଭିନ୍ନ ଅନ୍ୟକୌଣସି ଦେଶକୁ ବିକ୍ରି କରି ନାହିଁ, ପାକିସ୍ତାନ ଏହାକୁ ପାଇଲା କେଉଁଠୁ ? ଗୁଇନ୍ଦା ସୁତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ପାକିସ୍ତାନ ଏଗୁଡ଼ିକୁ ଚୋରୀ କରିଆଣିଛି । ଆଫଗାନିସ୍ତାନରେ ମୃତୟନ ହୋଇଥିବା ନାଟୋ ବାହିନୀ ଏହି ଏମ-୪ ବ୍ୟବହାର କରେ । ତାଲିବାନ ହାତରେ ମରୁଥିବା ବା ଧରାପଡୁଥିବା ନାଟୋ ସ୍ନାଇପରମାନଙ୍କଠାରୁ ହାତେଇଛନ୍ତି । କେତେକ କାର୍ବାଇନ ଚୋରୀ ମଧ୍ୟ କରାଯାଇଛି । ତାଲିବାନ ଏଗୁଡ଼ିକୁ ପାକିସ୍ତାନର ଆଇଏସଆଇକୁ ବିକ୍ରି କରିଦେଇଛି । ଏହି ଚୋରାଏମ-୪ କାର୍ବାଇନ ବ୍ୟବହାର କରି ହିଁ ପାକିସ୍ତାନ ସେନା ଓ ଜୈସ ଆତଙ୍କବାଦୀମାନେ ଭାରତୀୟ ସେନା ଉପରେ ଆକ୍ରମଣ କରୁଛନ୍ତି ।

ସମ୍ବନ୍ଧିତ ଖବର