ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଆଜି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ସୀମା ସେପଟୁ ପାକିସ୍ତାନ ପକ୍ଷରୁ ଗୁଳି ମାଡରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେନା ସୁତ୍ରରୁ ପ୍ରକାଶ ଯେ ରାଜ୍ୟର କୁପଓ୍ଵାଡା ଜିଲ୍ଲାର ମଛିଲ ସେକ୍ଟରରେ ଏହି ଘଟଣା ଘଟିଛି । ପାକିସ୍ତାନ ରେଞ୍ଜର୍ସମାନେ ଆଜି ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିଚାଳନା କରିବାରୁ ସୀମାରେ ମୃତୟନ ହୋଇଥିବା ଯବାନ ଜଣକ ଦେହରେ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ହିଁ ସେ ସହିଦ ହୋଇଯାଇଥିଲେ । ତେବେ ସହିଦ ଯବାନଙ୍କ ପରିଚୟ ମିଳିପାରିନାହିଁ । ଗତ କାଲି ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ।

ସମ୍ବନ୍ଧିତ ଖବର