ପ୍ରିୟଙ୍କା ଚୋପ୍ରାଙ୍କୁ ପାକିସ୍ତାନର ଟାର୍ଗେଟ, ଗୁଡଓ୍ଵିଲ ଆମ୍ବାସାଡର ପଦରୁ ବାହାର କରିବାକୁ ଜାତିସଂଘକୁ ଚିଠି ଲେଖିଲା

ନ୍ୟୁୟର୍କ : କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଲାଗି ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଟାର୍ଗେଟ କରିଛି ପାକିସ୍ତାନ । ତାଙ୍କୁ ଜାତିସଂଘର ଗୁଡଓ୍ଵିଲ ଆମ୍ବାସାଡର (ସଦିଚ୍ଛା ଦୂତ) ନ କରିବାକୁ ପାକିସ୍ତାନ ଜାତିସଂଘ ନିକଟରେ ଦାବି କରିଛି ।

ଜାତିସଂଘକୁ ଏକ ପତ୍ର ଲେଖି ପାକିସ୍ତାନର ମାନବ ଅଧିକାର ମନ୍ତ୍ରୀ ସିରିନ ମଜାରୀ କହିଛନ୍ତି ଯେ ପ୍ରିୟଙ୍କା କଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ଗୁଡଓ୍ଵିଲ ଆମ୍ବାସାଡର ଦାୟିତ୍ୱରୁ ତୁରନ୍ତ ବିତାଡିତ କରାଯାଉ । ଭାରତରେ ଶାସନ କରୁଥିବା ବିଜେପିର ନୀତି ଜର୍ମାନୀର ନାଜି ଦଳର ଜାତିଆଣଭାବ, ଗଣହତ୍ୟା ନୀତି ସହ ସମାନ । ଏପରି ଏକ ସରକାରକୁ ସମର୍ଥନ କରୁଥିବାରୁ ଓ ପାକିସ୍ତାନ ବିରୋଧରେ ପରମାଣୁ ଯୁଦ୍ଧକୁ ସମର୍ଥନ କରୁଥିବାରୁ ସେ ଜାତିସଂଘର ସଦିଚ୍ଛା ଦୂତ ହେବାକୁ ଯୋଗ୍ୟ ନୁହନ୍ତି । କାରଣ ଜାତିସଂଘର ଗୁଡଓ୍ଵିଲ ଆମ୍ବାସାଡର ହିସାବରେ ସେ ବିଶ୍ୱରେ ଶାନ୍ତି ଓ ସଦିଚ୍ଛାକୁ ପ୍ରେତ୍ସାହିତ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର