ପ୍ରେମରେ ନିରାଶ ପାକ୍‌ ଯୁବକ ମରିବାକୁ ସୀମା ଡେଇଁଲେ

ଭୋପାଳ: ପ୍ରେମିକା ସହ ବିବାହ ନ ହୋଇପାରିବାରୁ ଜଣେ ହତାଶ ପାକିସ୍ତାନୀ ଯୁବକ ମରିବା ପାଇଁ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତକୁ ପଶିଆସିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଭାରତ-ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌ ଯବାନ ଏହି ଯୁବକକୁ ଗୁଳି ନକରି ଜୀବିତ ଧରିନେବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଛି। ଯୁବକଙ୍କ ନାମ ମହମ୍ମଦ ଆସିଫ (୩୨) ବୋଲି ଜଣାପଡ଼ିଛି । ସେ ନିଜ ଭାଇଙ୍କ ଶାଳୀକୁ ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ଉଭୟ ପଟୁ ପରିବାର ଲୋକେ ଏହି ବିବାହକୁ ବିରୋଧ କରି ତାଙ୍କୁ ଅପମାନିତ କରିବାରୁ ସେ ନିଜକୁ ଶେଷ କରିଦେବା ପାଇଁ ସଂକଳ୍ପ ନେଇ ସୀମା ପାର କରି ଭାରତରେ ପଶିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଅନୁପ୍ରବେଶକାରୀ ଆତଙ୍କବାଦୀ ଭାବି ସୀମା ସୁରକ୍ଷା ବାହିନୀ ଗୁଳି ଚଳାଇବ ବୋଲି ସେ ଧରିନେଇଥିଲେ। କିନ୍ତୁ ବିଏସ୍‌୍‌ଏଫ୍‌ ଯବାନ ଦୂରରୁ ଏହି ଯୁବକଙ୍କ ଗତିବିଧିକୁ ଲକ୍ଷ୍ୟ କରବା ପରେ ତାଙ୍କୁ ଗୁଳି ନମାରି ଗିରଫ କରିନେଇଥିଲେ। ଆସିଫ୍‌କୁ ଜେରା ବେଳେ ଏ ବାବଦ ତଥ୍ୟ ଜଣାପଡ଼ିଥିଲା। ବିଏସ୍‌ଏଫ୍‌ ଅଧିକାରୀମାନେ ଆସିଫ୍‌ ସତ କରୁଥିବା ଜାଣିବା ପରେ ତାଙ୍କୁ ତୁରନ୍ତ ପୁଲିସ ଅଧିକାରୀଙ୍କ ଜିମା ଦେଇଥିଲେ। ଆସିଫ କହିଛନ୍ତି ଯେ ପ୍ରଥମେ ସେ ଫାଶୀ ଲଗାଇ ମରିବାକୁ ଚାହୁଥିଲେ। କିନ୍ତୁ ରମଜାନର ପବିତ୍ର ମାସରେ ତାଙ୍କୁ ଏଭଳି କାର୍ଯ୍ୟ କାର୍ଯ୍ୟ କରିବାକୁ ଭଲ ଲାଗିନଥିଲା। ଫାଶୀ ଲଗାଇ ମରିବା ଅପେକ୍ଷା ସୀମାରେ ଗୁଳି ମାଡ଼ରେ ମରିବାକୁ ସେ ଉଚିତ ମଣିଥିଲେ ଏବଂ ସବୁ ଆଶା ତୁଟାଇ ସୀମାରେ ପହଞ୍ଚିଥିଲେ। ପାକିସ୍ତାନ ସ୍ଥିତ ଜଲ୍ଲୋକେ ଗ୍ରାମର ବାସିନ୍ଦା ଆସିଫ୍‌ ତାଙ୍କ ବଡ଼ ଭାଇ ଅତିଫ ଉର୍‌ ରହମାନଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ପରିବାର ଲୋକେ ଏହାକୁ ତୀବ୍ର ବିରୋଧ କରି ଆସିଫ୍‌ଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ। ଏଥିପାଇଁ ଆସିଫ୍‌୍‌ ପୂର୍ବରୁ ମଧ୍ୟ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର