ଖ୍ୟାତନାମା ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ

ନୂଆଦିଲ୍ଲୀ : ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଗୀତା କପୁରଙ୍କ ଆଜି ସକାଳେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ପାଖିଜା ଚଳଚ୍ଚିତ୍ରରୁ ସୁଖ୍ୟାତି ହାସଲ କରିଥିବା ଗୀତା ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୫୭ ବର୍ଷୀୟ ଗୀତା କପୁରଙ୍କୁ ବର୍ଷକ ତଳେ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ତାଙ୍କର ପିଲାମାନେ ପଳାଇଥିଲେ। ଫିଲ୍ମ ନିର୍ମାତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅଶୋକ ପଣ୍ଡିତ ଗୀତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେଉଥିଲେ। ପ୍ରାୟ ବର୍ଷେ ହେଲା ଗୀତାଙ୍କ ସନ୍ତାନ ତାଙ୍କୁ ଥରୁଟିଏ ବି ଦେଖିବାକୁ ଆସିନଥିଲେ ବୋଲି ଅଶୋକ କହିଛନ୍ତି। ଆଜି ଗୀତାଙ୍କ ମୃତ୍ୟୁପରେ ମଧ୍ୟ ସେମାନେ ଆସିନାହାନ୍ତି। ୨ ଦିନ ମଧ୍ୟରେ କେହି ନ ଆସିଲେ ଆମେ ଶବ ସଂସ୍କାର କରିଦେବୁ ବୋଲି ଅଶୋକ କହିଛନ୍ତି।

ସମ୍ବନ୍ଧିତ ଖବର