ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ୩୬୦ ଭାରତୀୟ ଧୀବରଙ୍କୁ ମୁକ୍ତ କରିବା ପାଇଁ ଘୋଷଣା କରି ପ୍ରଥମ ପର୍ଯ୍ୟାୟରେ ୧୦୦ ଧୀବରଙ୍କୁ ମୁକ୍ତ କଲା ପାକ୍‌

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ୩୬୦ ଜଣ ଭାରତୀୟ ଧୀବରଙ୍କୁ ୪ଟି ପର୍ଯ୍ୟାୟରେ ମୁକ୍ତ କରିବା ପାଇଁ ଘୋଷଣା କରି ପାକିସ୍ତାନ ଆଜି (ଶୁକ୍ରବାର) ପ୍ରଥମ ପର୍ଯ୍ୟାୟରେ ୧୦୦ ଧୀବରଙ୍କୁ ମୁକ୍ତ କରିଛି। ପାକିସ୍ତାନ ଜେଲରୁ ମୁକ୍ତ ହୋଇଥିବା ଏହି ୧୦୦ ବନ୍ଦୀ ଧୀବର ଆଜି ରାତିରେ ଆସି ଓ୍ଵାଘା ସୀମାନ୍ତରେ ପହଞ୍ଚୁଥିବା ଜାଣିବାକୁ ମିଳିଛି।

ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ଆଜି ୧୦୦ ଧୀବରଙ୍କୁ ମୁକ୍ତ କରିଥିବା ବେଳେ ଅପ୍ରେଲ ୧୫ ଦ୍ୱିତୀୟ ଦଫାରେ ଆଉ ୧୦୦, ତୃତୀୟ ଦଫା ଅପ୍ରେଲ ୨୨ରେ ଆଉ ୧୦୦ ଏବଂ ଅପ୍ରେଲ ୨୯ ଶେଷ ତଥା ଚତୁର୍ଥ ଦଫାରେ ୬୦ ଧୀବରଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରି ଭାରତ ପଠାଉ ଥିବା ଜାଣିବାକୁ ମିଳିଛି। ପାକିସ୍ତାନ ଜେଲରେ ଦୀର୍ଘବର୍ଷ ଧରି ବନ୍ଦୀ ରହିବା ରହିବା ପରେ ମୁକ୍ତ ହେଉଥିବା ୩୬୦ ଭାରତୀୟ ଧୀବରଙ୍କ ମଧ୍ୟରୁ ୩୫୫ ଜଣ ହେଉଛନ୍ତି ଗୁଜୁରାଟର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହି ଭାରତୀୟ ଧୀବରମାନେ ମାଛ ଧରିବା ଉଦ୍ଦେଶ୍ୟରେ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ପାକିସ୍ତାନ ନୌସେନା ହାତରେ ଧରାପଡ଼ି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିଲେ।

ସମ୍ବନ୍ଧିତ ଖବର