ଭାରତ ପାଇଁ ନୂଆ ହାଇ କମିସନର୍  ନିଯୁକ୍ତ କଲା ପାକିସ୍ତାନ 

ଇସଲାମାବାଦ: ପାକିସ୍ତାନ ଭାରତରେ ନୂଆ ହାଇ କମିସନର୍  ଙ୍କୁ ନିଯୁକ୍ତ କରିଛି | ମୋଇନ ଉଲ ହକ ହାଇ କମିସନର୍  ଭାବେ ନିଯୁକ୍ତି ପାଇଛନ୍ତି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ଭାରତ,ଚୀନ ଓ ଜାପାନ ସହ ଅନ୍ୟ କିଛି ଦେଶରେ ନିଜର ନୂଆ ହାଇ କମିସନରଙ୍କୁ ନିଯୁକ୍ତ କରିଛନ୍ତି | ବର୍ତ୍ତମାନ ହକ ଫ୍ରାନ୍ସରେ ପାକିସ୍ତାନର ରାଷ୍ଟ୍ରଦୂତ ଅଛନ୍ତି | ସେହିପରି ହକଙ୍କ ସହ ପାକିସ୍ତାନର ନୂଆ ବିଦେଶ ସଚିବ ମଧ୍ୟ ବଦଳିଛନ୍ତି | ବିଦେଶ ସଚିବ ଭାବେ ସୋହେଲ ମହମ୍ମଦଙ୍କୁ ନିଯୁକ୍ତି ମିଳିଛି |

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହା ମହମ୍ମଦ କ୍ୟୁରେସି କହିଛନ୍ତି ଯେ ନୂଆଦିଲ୍ଲୀ ,ଭାରତ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱ ରଖେ | ଫ୍ରାନ୍ସରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ଥିବା ମୋଇନ ଉଲ ହକଙ୍କୁ ନୂଆ ହାଇ କମିସନର୍ ଭାବେ ନିଯୁକ୍ତି ଦିଆଯାଇଛି | ତେଣୁ ତାଙ୍କୁ ଦିଲ୍ଲୀ ପଠାଯିବ | କ୍ୟୁରେସି ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି | ନିର୍ବାଚନ ପରେ କଥାବାର୍ତ୍ତା ପରେ ଭାରତ ସହ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି |

 

 

 

ସମ୍ବନ୍ଧିତ ଖବର