ପୁଲଓ୍ଵାମା ହାମ୍ଲାରେ ପାକ୍ ସେନା ସଂପୃକ୍ତିର ପ୍ରମାଣ ମିଳିବା ପରେ ମାସୁଦ୍ ଆଝାର ଓ ହାଫିଜ୍ ସୟିଦ୍କୁ ଆତ୍ମଗୋପନ କରିବାକୁ ପରାମର୍ଶ ଦେଲା ପାକ୍ ସେନା
ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲାରେ ସିଆରପିଏଫ୍ର ୪୦ ଯବାନ ସହିଦ୍ ହେବା ପରେ ପାକିସ୍ତାନ ଉପରେ ଅନ୍ତର୍ଜାତିକ ଚାପ ପ୍ରତିଦିିନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଭାରତ ଭୟଙ୍କର ଭାବେ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଏସବୁ ଘଟଣା ନେଇ ପାକିସ୍ତାନ ସେନା ପୁଲଓ୍ଵାମା ଆକ୍ରମଣ ଘଟାଇଥିବା ଜୈସ୍- ଇ- ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର ଓ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ୍କୁ ବର୍ତ୍ତମାନ କିଛିଦିନ ପାଇଁ ନିରବ ରହିବା ସହ ଆତ୍ମଗୋପନ କରିଯିବା ପାଇଁ ପରାମର୍ଶ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାସୁଦ୍ ଆଝାର ହାଫିଜ୍ ସୟିଦ ପରି ଦୁଇ ଅନ୍ତର୍ଜାତୀୟ ସ୍ତରର କୁଖ୍ୟାତ ଆତଙ୍କବାଦୀଙ୍କ ଉପରେ ଏବେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ଥିବା ବେଳେ ସର୍ବସାଧାରଣ ସ୍ଥାନରେ ଦେଖା ଦେବାକୁ ଏମାନଙ୍କୁ ମନା କରିବା ସହ କିଛି ଦିନ ପାଇଁ ‘ଅଣ୍ଡରଗ୍ରାଉଣ୍ଡ’ ହେଇ ଯିବାକୁ ପରାମର୍ଶ ଦେଇଛି ପାକିସ୍ତାନ।
ତେବେ, ପାକିସ୍ତାନୀ ସେନାର ଚିନ୍ତା ବଢ଼ାଇ ଦେଇଛି ଭାରତୀୟ ତଦନ୍ତକାରୀ ସଂସ୍ଥା। ପୁଲ୍ଓ୍ଵାମା ହାମ୍ଲାରେ ପାକିସ୍ତାନର ସଂପୃକ୍ତି ନେଇ ପ୍ରମାଣ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାବି କରୁଥିବା ବେଳେ ପୁଲଓ୍ଵାମା ହାମ୍ଲାର ତଦନ୍ତ କରୁଥିବା ଏନ୍ଆଇଏ ହାତରେ ଲାଗିଛି ଏକ ବଳିଷ୍ଠ ପ୍ରମାଣ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ଯେଉଁ ଆର୍ଡିଏକ୍ସର ବ୍ୟବହାର ହୋଇଥିଲା, ତାହାକୁ ପାକିସ୍ତାନ ସେନା ଜୈସ୍-ଇ ମହମ୍ମଦକୁ ଦେଇଥିଲା। ଏବଂ ପରବର୍ତ୍ତୀ ସମୟରେ ପାକ୍ ସେନା ସହାୟତାରେ ଜୈସ୍-ଇ ମହମ୍ମଦ ସେହି ଆରଡିଏକ୍ସକୁ ଭାରତ ମଧ୍ୟକୁ ଚାଲାଣ କରିଥିଲା। ଏସଂପର୍କିତ ବଳିଷ୍ଠ ପ୍ରମାଣ ଭାରତ ପାଇ ଯାଇଛି ବୋଲି ଜାଣିବା ପରେ ଏବେ ଛାନିଆ ହୋଇ ପଡ଼ିଛି ପାକିସ୍ତାନ।