ପାକିସ୍ତାନୀ ସେନା ମୁଖ୍ୟ ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ଭାରତ ରାଜି ନାହିଁ : ବ୍ରିଟିଶ୍‌ ବୁଦ୍ଧିଜୀବୀ ଗୋଷ୍ଠୀ

0 375

କରାଚି: ପାକିସ୍ତାନର ସେନାମୁଖ୍ୟ କମର ଜାଭେଦ୍‌ ବଜଓ୍ଵା ଭାରତ ସହିତ ଶାନ୍ତି ଆଲୋଚନା କରିବା ପାଇଁ ଇଚ୍ଛୁକ। କିନ୍ତୁ ନୂଆଦିଲ୍ଲୀ ଏଥିରେ ରାଜି ନାହିଁ ବୋଲି ଏକ ବ୍ରିଟିଶ ଥିଙ୍କ୍‌ ଟ୍ୟାଙ୍କ୍‌ ( ବୁଦ୍ଧିଜୀବୀ ଗୋଷ୍ଠୀ ) ଶନିବାର ପ୍ରକାଶ କରିଛି । ଏହି ବ୍ରିଟିଶ୍‌ ଥିଙ୍କଟ୍ୟାଙ୍କର ଯୁକ୍ତି ହେଲା, ପାକିସ୍ତାନୀ ସେନାମୁଖ୍ୟ ଏଭଳି ପରିସ୍ଥିତିକୁ ଆସିଲେଣି ଯେ ସେ ଭାରତ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। କାରଣ ଭାରତ ସହ ସାମରିକ ସହଯୋଗ ବିନା ପାକିସ୍ତାନର ବିକାଶ ସମ୍ଭବ ନୁହେଁ।

ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଓ ଆର୍ଥକ ସମସ୍ୟା ଦୂର ଲାଗି ବରିଷ୍ଠ ପାକିସ୍ତାନୀ ଅଧିକାରୀ ଓ ସେନାମୁଖ୍ୟ କମର ଜାଭେଦ୍‌ ବଜଓ୍ଵା ବର୍ତ୍ତମାନ ଚିନ୍ତା କରୁଛନ୍ତି କି ଭାରତ ସହ ସାମରିକ ଉତ୍ତେଜନା ଜାରି ରଖି କୌଣସି ଲାଭ ମିଳିବ ନାହିଁ। ଗୋଟିଏ ଦଶକ ଧରି କଶ୍ମୀରରେ ପାକିସ୍ତାନ ଇଙ୍ଗିତରେ ଲଗାତର ଉତ୍ତେଜନା ଓ ଆତଙ୍କବାଦ ଜାରି ରହିବା ଦ୍ୱାରା ପାକିସ୍ତାନର କୌଣସି ଲାଭ ହୋଇନାହିଁ। ଫଳରେ ପାକିସ୍ତାନୀ ଜେନେରାଲ ଭାରତ ଆସି ଶାନ୍ତିପୂର୍ଣ୍ଣ ଭାବେ କଥା ହେବାକୁ ଚାହାନ୍ତି । ନିକଟରେ ବଜଓ୍ଵା ଏ ନେଇ ବିଭିନ୍ନ ପ୍ର୍ରକାର ପଦକ୍ଷେପ ଉଠାଇଛନ୍ତି।

ସେ ଇଙ୍ଗିତ କରି କହିଛନ୍ତି କି, ଇସ୍‌ଲାମ୍‌ବାଦରେ ଭାରତୀୟ ଦୂତାବାସର ସୁରକ୍ଷା ଅଧିକାରୀଙ୍କୁ ପ୍ରଥମ ଥର ପାକିସ୍ତାନ ଡେ ମିଲିଟାରି ପ୍ୟାରେଡ୍‌ରେ ଆମନ୍ତ୍ରିତ କରାଯାଇଥିଲା। ବଜଓ୍ଵା ଦୁଇ ସପ୍ତାହ ପୂର୍ବରୁ କହିଥିଲେ କି ପାକିସ୍ତାନୀ ସେନା ଭାରତ ସହିତ ଶାନ୍ତି କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.