ପାକ୍‌ ସେନାମୁଖ୍ୟଙ୍କ କା‌ର୍ଯ୍ୟକାଳ ୩ ବର୍ଷ ବଢ଼ିଲା

ଇସଲାମାବାଦ୍‌: ପାକିସ୍ତାନର ସେନା ମୁଖ୍ୟ କମର ଜାଭେଦ୍‌ ବଜୱାଙ୍କ କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବଜ୍‌ୱାଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବାର ଥିଲା। କିନ୍ତୁ ଚଳିତ କାର୍ଯ୍ୟକାଳ ଶେଷ ହେବାଦିନଠାରୁ ପୁଣି ଆଉ ୩ ବର୍ଷ ପର୍ଯ୍ୟନ୍ତ ବଜ୍‌ୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦ୍ବାରା ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବର୍ତ୍ତମାନର ସୁରକ୍ଷା ସ୍ଥିତିକୁ ନଜରରେ ରଖି ବଜ୍‌ୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର