ଏକ ଗୀତକୁ ନେଇ ତେଜିଲା ଭାରତ-ପାକ୍‌ ବିବାଦ: ଗୀତରେ କେବଳ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ଓ ‘ପାକିସ୍ତାନ ଜିନ୍ଦାବାଦ୍‌’ର ପାର୍ଥକ୍ୟ!

ହାଇଦ୍ରାବାଦ୍‌: ପୂର୍ବରୁ ଅନେକ ଘଟଣାକୁ ନେଇ ଭାରତ-ପାକିସ୍ତାନ ଭିତରେ ଟଣାଓଟରା ହୋଇଥିବା ବେଳେ ଏବେ ଏକ ଗୀତକୁ ନେଇ ଦୁଇ ଦେଶ ଭିତରେ ତୁତୁ ମେମେ ଆରମ୍ଭ ହୋଇଛି। ତେଲେଙ୍ଗାନାର ଜଣେ ବିଜେପି ନେତା ସୋସିଆଲ୍‌ ମିଡିଆରେ ଏକ ଦେଶାତ୍ମକବୋଧକ ଗୀତ ଗାଇ ଭାଇରାଲ୍‌ ହେବା ପରେ ସେହି ଗୀତଟିକୁ ପାକିସ୍ତାନ ସେନାର ମୁଖ୍ୟ ପ୍ରବକ୍ତା ତାଙ୍କ ଦେଶର ଏକ ଗୀତରୁ କପି କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ସେନା ପ୍ରବକ୍ତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରି ସୋମବାର ଉଚିତ ଜବାବ ଦେଇଛନ୍ତି ତେଲେଙ୍ଗାନାର ବିଜେପି ନେତା ଟି ରାଜା ସିଂହ।

ହାଇଦ୍ରାବାଦ୍‌ର ଘୋଷହମାହାଲ୍‌ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧ୍ୱିତ୍ୱ କରୁଥିବା ସିଂହ ଏପ୍ରିଲ୍‌ ୧୨ ତାରିଖରେ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ଶୀର୍ଷକରେ ଏକ ଦେଶାତ୍ମକବୋଧକ ଗୀତ ଗାଇ ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲେ। ରାମ ନବମୀ ଦିନ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିବା ଏହି ଗୀତଟି ଚାରିଆଡ଼େ ଖେଳି ଯାଇଥିଲା।

ଏହି ଗୀତଟିକୁ ପାକିସ୍ତାନ ଲୋକେ ବି ଦେଖିପାରିଥିଲେ। ରବିବାର ଦିନ ପାକ୍‌ ସେନାର ଲୋକସଂପର୍କ ଦାୟିତ୍ୱରେ ଥିବା ମେଜର୍‌ ଜେନେରାଲ୍‌ ଅସିଫ ଘଫୁର୍‌ କହିଛନ୍ତି କି ଏହା ପାକିସ୍ତାନର ସେନା ଗୀତକୁ କପି କରାଯାଇଛି।

ସେ ଆହୁରି ବି କହିଛନ୍ତି କି ସିଂହ ଗାଇଥିବା ଗୀତଟି ସାହିର୍‌ ଅଲ୍ଲୀଙ୍କ ଦ୍ୱାରା ଲିଖିତ। ଏହା ପାକିସ୍ତାଦ ଡେ ଅବସରରେ ଗତବର୍ଷ ମେ ୨୩ ତାରିଖରେ ରିଲିଜ୍‌ ହୋଇଛି।

ସେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ‘ଖୁସି ହେଲୁ ଯେ ତୁମେ କପି କରିଛ। ମାତ୍ର କପିରେ ତୁମେ ସତ ଦେଖାଇବା ଉଚିତ ଥିଲା। ‘ପାକିସ୍ତାନ ଜିନ୍ଦାବାଦ୍‌’ ଗାଇବାର ଥିଲା।

ପାକିସ୍ତାନ ପକ୍ଷରୁ ଏପରି କଟାକ୍ଷ ଶୁଣିବା ପରେ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ପାକିସ୍ତାନ ଗଣମାଧ୍ୟମରେ ମୋ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ଗୀତ ଦେଖି ଭଲ ଲାଗିଲା। ମୁଁ ଆହରୁ ଆଶ୍ଚର୍ଯ୍ୟନି୍ଵତ ଯେ ଏକ ଆତଙ୍କବାଦୀ ରାଷ୍ଟ୍ର କଣ୍ଠଶିଳ୍ପୀ ବି ସୃଷ୍ଟି କରୁଛି। ପାକିସ୍ତାନ ମୋ ଗୀତ କପି କରିପାରେ। ମାତ୍ର ଆମେ ପାକିସ୍ତାନ ପରି ଏକ ଆତଙ୍କବାଦୀ ରାଷ୍ଟ୍ରଠାରୁ କିଛି ବି କପି କରିବାକୁ ଚାହୁଁନା।

ସମ୍ବନ୍ଧିତ ଖବର